ହଠାତ୍‌ ହୃଦ୍‌ଘାତ ଆସିଲେ ଏଥିରୁ ତୁରନ୍ତ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ!

ଯଦି କେବେ ଆପଣଙ୍କର ଛାତି ଯନ୍ତ୍ରଣା ହୁଏ କିମ୍ବା ହଠାତ୍‌ ହୃଦ୍‌ଘାତ ହେଉଥିବାର ଜଣା ପଡେ। ଏହି ସମୟରେ ଅନ୍ୟ କିଛି ଚିନ୍ତା ନ କରି ଏଥିରୁ ରକ୍ଷା ପାଇବା ପାଇଁ ଏହି ଦିଗରେ କାର୍ଯ୍ୟ କରନ୍ତୁ।

ତେବେ ଜାଣନ୍ତୁ କଣ କରିବେ-

  • ହୃଦ୍‌ଘାତ ଆସିବା ମାତ୍ରେ ଆପଣ ତୁରନ୍ତ ତଳେ ଚିତ ହୋଇ ଶୋଇପଡ଼ନ୍ତୁ। କିନ୍ତୁ ମନେରଖନ୍ତୁ ଶୋଇବା ସମୟରେ ଯେମିତି ହଲ୍‌ଚଲ୍‌ ନ ହେବେ।
  • ଉଭୟ ପାଦକୁ ସାମାନ୍ୟ ଉପରକୁ ଟେକି ରଖନ୍ତୁ। ଏହାଦ୍ୱାରା ପାଦରୁ ହୃତ୍‌ପିଣ୍ଡକୁ ରକ୍ତ ସଂଚାଳନ ହେଉ ଥିବାରୁ ବ୍ଲଡ୍‌ ପ୍ରେସର୍‌ ନିୟନ୍ତ୍ରଣ ହୋଇଯିବ।
  • ଧୀରେ ଧୀରେ ଲମ୍ବା ନିଶ୍ୱାସ ନିଅନ୍ତୁ। ଏହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିବ।
  • ପିନ୍ଧିଥିବା ପୋଷାକପତ୍ରକୁ ତୁରନ୍ତ ଢିଲା କରି ଦଅନ୍ତୁ, ଏହା ଦ୍ୱାରା ଯନ୍ତ୍ରଣା କମିଯିବ।
  • ସୋରବିଟ୍ରେଟ୍‌ ମେଡିସିନ୍‌ ଜିଭ ତଳେ ରଖନ୍ତୁ। ଯଦି ଆପଣଙ୍କ ପାଖରେ ସୋରବିଟ୍ରେଟ୍‌ ନ ଥାଏ, ତେବେ ଡିସ୍‌ପ୍ରିନ୍‌ ଖାଇ ପାରିବେ।
  • ହୃଦ୍‌ଘାତ ସମୟରେ ଔଷଧ ବ୍ୟତୀତ ଅନ୍ୟ କିଛି ଜିନିଷ ଖାଆନ୍ତୁ ନାହିଁ।
  • କୌଣସି ପାନୀୟ ଦ୍ରବ୍ୟ ବିଲ୍‌କୁଲ୍‌ ବି ପିଅନ୍ତୁ ନାହିଁ। ଏମିତିରେ ବାନ୍ତି ହେବା ଆଶଙ୍କା ବଢ଼ିଯାଏ, ଯାହା ସମସ୍ୟା ସୃଷ୍ଟି କରିଥାଏ।
  • ପାଖରେ ଥିବା କୌଣସି  ଡାକ୍ତରଙ୍କୁ ସୂଚନା ଦିଅନ୍ତୁ।

ପଢନ୍ତୁ; ଏବେ ସହିଦଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ସରକାର

Related posts

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ସକାଳୁ ଗରମ ଲେମ୍ବୁ ପାଣି ପିଇବା ଦ୍ଵାରା କଣ ଫାଇଦା ମିଳିଥାଏ? ଜାଣନ୍ତୁ

ଦହି ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ