ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

ମେକପନେବା ସମୟରେ ଲିପଷ୍ଟିକ୍ ର ଗୁରୁତ୍ଵପୂର୍ଣ ଭୂମିକା ରହୁଛି। ୧୦୦ରୁ ଊର୍ଦ୍ଧ୍ବ କମ୍ପାନୀର ଲିପଷ୍ଟିକ୍ ବ୍ରାଣ୍ଡ ବଜାରରେ ଉପଲବ୍ଧ ରହିଥାଏ। ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଲିପଷ୍ଟିକ୍ ଲଗାଉଥିବା ଯୁବତୀ ଓ ମହିଳାମାନେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଜାଣନ୍ତୁ-

  • ଲିପଷ୍ଟିକ୍ ଲଗାଇବା ବେଳେ ନିୟମିତ ଭାବେ ଲିପ୍ ଲାଇନର୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଓଠକୁ ବେଶ୍ ଆକର୍ଷଣୀୟ ରୂପ ଦେଇଥାଏ।
  • ଅଳ୍ପ ଚିନିରେ ମହୁ ଓ ଲେମ୍ବୁ ରସ ମିଶାଇ ଓଠକୁ ସ୍କ୍ରବ୍ କରି ପାରିବେ। ଏହାଦ୍ୱାରା ଓଠ ନରମ ରହିଥାଏ।
  • ଲିପ​‌ଷ୍ଟିକ୍ ଲଗାଉଥିଲେ ପ୍ରତି ସପ୍ତାହରେ ଥରୁଟିଏ ଲିପ୍ ସ୍କ୍ରବ୍ କରିବା ନିହାତି ଦରକାର। ଏହା ଓଠରୁ ମଇଳା ବାହାର କରିବା ସହ ମୁଲାୟମ କରିଥାଏ।
  • କୌଣସି ପୋଷାକ ସହ ମ୍ୟାଚିଂ ଲିପଷ୍ଟିକ୍ ନ ମିଳିଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ପୋଷାକ ରଙ୍ଗ ସହ ମେଳ ଖାଉଥିବା ଆଇ ସ୍ୟାଡୋ ବ୍ୟବହାର କରିପାରିବେ। ସେଥିରେ ଲିପ୍ ବାମ୍ ମିଶାଇ ଓଠରେ ଲଗାଇଲେ ଲିପଷ୍ଟିକ୍‌ ଭଳି କାମ କରେ।
  • ଏକ୍ସପାୟାରୀ ଡେଟ୍ ଶେଷ ହୋଇଥିବା ଲିପଷ୍ଟିକକୁ କେବେ ବ୍ୟବହାର କରିବେ ନାହିଁ । ଏହା ତ୍ଵଚା ସଂକ୍ରମଣ ହୋଇଥାଏ।

ପଢନ୍ତୁ; ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର! ରାତିରେ ଅଧଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍‌ ପ୍ରବାହ

Related posts

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

ଆସନ୍ତୁ ଜାଣିବା ହଳଦୀ ତେଲର ଉପକାରିତା ସମ୍ପର୍କରେ

ଛାତିରେ କେଶ ଥିବା ବ୍ୟକ୍ତି ହୋଇଥାନ୍ତି ଅଧିକ ଭାଗ୍ୟଶାଳୀ,ଜାଣନ୍ତୁ ଏହାର କାରଣ