କଣ ଆପଣଙ୍କ ଘରେ ଅଛି କି ଏହିସବୁ ଜିନିଷ ବାହାର କରିଦିଅନ୍ତୁ ହେବ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା

ଶେଷ ହେଉଛି ୨୦୧୭ ଏବଂ ଆସୁଛି ନୂଆ ବର୍ଷ। ସେଥିଲାଗି ସମସ୍ତେ କିଛି ନା କିଛି ଯୋଜନା କରିଥିବେ କିନ୍ତୁ ପ୍ରଥମେ ନିଜ ଘରକୁ ଠିକ୍‌ କରିବା ଦରକାର।  ସତର୍କ ସତର୍କ ହୋଇଯାନ୍ତୁ କଣ ଆପଣଙ୍କ ଘରେ  ଯଦି କେତେକ ଭଙ୍ଗା ଜିନିଷ ରହିଛି ତେବେ ତାହାକୁ କ’ଣ କରାଯିବା ଦରକାର ନିଶୟ ଜାଣନ୍ତୁ ।ଆମେ ଦେଖିଛୁ ଅନେକ ସମୟରେ ଭଙ୍ଗା ଜିନିଷକୁ ବାହାରେ ନ ଫିଙ୍ଗି ଘରର ଏକ କୋଣରେ ରଖିଥାଉ । ଠିକ୍‌ ସେହିପରି ଅଚଳ ହୋଇଯାଇଥିବା ଯନ୍ତ୍ରକୁ ବି ରଖିଥାଉ । ମନେ ରଖନ୍ତୁ ଏପରି କରିବା ଦ୍ୱାରା ମା’ ମହାଲକ୍ଷ୍ମୀ ବିରକ୍ତ ହୁଅନ୍ତି ଓ ଘରେ ବାସ୍ତୁ ଦୋଷ ଦେଖା ଦେଇଥାଏ । ଯଦି ଆପଣଙ୍କ ଘରେ ଏପରି କିଛି ଜିନିଷ ରହିଛି, ତେବେ ତା’କୁ ଘରୁ ବାହାର କରି ଦିଅନ୍ତୁ । ଏହା ଦ୍ୱାରା ଧନ ବୃଦ୍ଧି ହେବ, ପାରିବାରିକ ଶାନ୍ତି ବଜାୟ ରହିବ ଓ ଅଟକିଥିବା କାମ ଶୀଘ୍ରାତିଶୀଘ୍ର ସଂପନ୍ନ ହେବ । ଏଣୁ ବର୍ଷ ଆରମ୍ଭ ହେବା ଆଗରୁ ଏସବୁ ଜିନିଷ ଘରୁ ବାହାର କରି ଦିଅନ୍ତୁ ନିଶ୍ଚିତ ପାଇବେ ମା ଲକ୍ଷ୍ମୀଙ୍କ କୃପା…

  • ଭଙ୍ଗା ପାତ୍ର: ଭଙ୍ଗା ବାସନ ବା ପାତ୍ର ଯଦି ଘରେ ଥାଏ, ତେବେ ମହାଲକ୍ଷ୍ମୀ ବିରକ୍ତ ହୁଅନ୍ତି ଓ ଘରେ ଦାରିଦ୍ର୍ୟ ପ୍ରବେଶ କରେ । ଏଣୁ ଏହାକୁ ତୁରନ୍ତ ବାହାରେ ଫିଙ୍ଗି ଦେବା ଭଲ ।
  • ଭଙ୍ଗା ପଲଙ୍କ:ସୁଖ ଶାନ୍ତି ପାଇଁ ପଲଙ୍କ ଏକଦମ୍‌ ଠିକ୍‌ ହେବା ଦରକାର ତେବେ ଆପଣଙ୍କର ବୈବାହିକ ଜୀବନରେ ସୁଖ ଭରିଯିବ। ଯଦି ପଲଙ୍କ ଭାଙ୍ଗି ଯାଇଛି, ତେବେ ଦାଂପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ ।
  • ବନ୍ଦ ଘଣ୍ଟା: ଆପଣଙ୍କ ଘରେ ବନ୍ଦ ଘଣ୍ଟା ଥିଲେ, ପରିବାରର ସଦସ୍ୟଙ୍କ ଉନ୍ନତି ବାଧାପ୍ରାପ୍ତ ହେବ । ହେବା କାମ ସମୟରେ ସଂପୂର୍ଣ୍ଣ ହୋଇନଥାଏ ।
    ଭଙ୍ଗା କବାଟ: ଘରେ ଭଙ୍ଗା କବାଟ ଥିଲେ ଲକ୍ଷ୍ମୀ ଘର ଭିତରକୁ ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ ରହିଛି ।
    ଭଙ୍ଗା ପେନ୍‌: ଯଦି ଆପଣଙ୍କ ବ୍ୟାପାର ସ୍ତ୍ଥାନ କିମ୍ବା ବା ଅଫିସରେ ଭଙ୍ଗା ପେନ୍‌ ବା ବନ୍ଦ ପଡ଼ିଥିବା କଲମ ରଖନ୍ତୁ ନାହିଁ । ଏହା କ୍ୟାରିଅର ଉପରେ ପ୍ରଭାବ ପକାଇଥାଏ ।
  • ଭଙ୍ଗା ମୂର୍ତ୍ତି: ଘରେ ଯଦି ଭଗବାନଙ୍କର କୌଣସି ମୂର୍ତ୍ତି ଭଙ୍ଗା ରହିଛି, ତେବେ ତା’କୁ ତୁରନ୍ତ ଜଳରେ ବିସର୍ଜନ କରନ୍ତୁ । କାରଣ ଏହା କଷ୍ଟ ଦେଇପାରେ ।ଫର୍ଣ୍ଣିଚର: ଘରର ପ୍ରତିଟି ଫର୍ଣ୍ଣିଚର ଏକଦମ୍‌ ଠିକ୍‌ ରହିବା ଦରକାର । ଘରେ ଭଙ୍ଗା ଫର୍ଣ୍ଣିଚର ଥିଲେ ତାହା ସମସ୍ୟା ସୃଷ୍ଟି କରିଥାଏ ।
  • ଭଙ୍ଗା କାଚ: ଯଦି ଆପଣଙ୍କ ଘରେ ଭଙ୍ଗା ଆଇନା ବା କାଚ ଅଛି ତେବେ ତାହା ଘରେ ନକାରତ୍ମକ ଶକ୍ତିକୁ ଡାକି ଆଣେ । ଏହା ଫଳରେ ପରିବାରରେ ମାନସିକ ଅଶାନ୍ତି ଦେଖା ଦେଇଥାଏ ।
  • ଅଚଳ ଇଲେକ୍ଟ୍ରାନିକ୍‌ ସାମଗ୍ରୀ: ଯଦି ଘରେ କୌଣସି ଅଚଳ ଇଲେକ୍ଟ୍ରାନିକ୍‌ ସାମଗ୍ରୀ ଅଛି ବା ଭାଙ୍ଗି ଯାଇଛି, ତେବେ ତା’କୁ ଘରୁ ତୁରନ୍ତ ବାହାର କରି ଦେବା ଉଚିତ୍‌ ।

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ