ଆପଣଙ୍କର ସାନ ଭାଇଭଉଣୀ ଅଛନ୍ତି କି ?ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଧ୍ୟୟନରୁ ଜଣାପଡିଛି ବଡ଼ ଭାଇ ଭଉଣୀମାନେ ଅଧିକ ଗୁଣୀ ହୋଇଥିବା ସତ୍ତ୍ୱେ ସେମାନଙ୍କ ଠାରୁ ସାନମାନେ ବେଶି ଆଗକୁ ବଢ଼ିପାରନ୍ତି । କାହିଁକି ନାଁ, ସାନମାନେ ପାଠ ପଢ଼ା କିମ୍ବା କୌଣସି ବି କ୍ଷେତ୍ରରେ ନିଜ ମସ୍ତିଷ୍କ ସହ ବଡ଼ମାନଙ୍କ ଭାଇଭଉଣୀଙ୍କ ମସ୍ତିଷ୍କ ବି ବ୍ୟବହାର କରାଇ ଥାଆନ୍ତି । ଅଧିକାଂଶ ସମୟରେ ଦେଖିବାକୁ ମିଳେ ସାନ ଭାଇଭଉଣୀଙ୍କ ସଫଳତାରେ ବଡ଼ମାନେ ଖୁବ୍‌ ଗର୍ବ ଅନୁଭବ କରନ୍ତି । ଆପଣ ବି ଯଦି ଆପଣଙ୍କ ସାନ ଭାଇଭଉଣୀଙ୍କୁ ସ୍ନେହ କରନ୍ତି ଆଉ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ବିଷୟରେ ଚିନ୍ତିତ ତେବେ ଏସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କିଛି ଟିପ୍ସ

ଗୁରୁଜନମାନଙ୍କୁ ଏପରି ସମ୍ମାନ ଦିଅନ୍ତୁ ଯେପରି ଆପଣଙ୍କ ସାନ ଭାଇଭଉଣୀ ଅନୁକରଣ କରିବେ ।ସଦାସର୍ବଦା ପରିବେଶକୁ ହସଖୁସି ରଖିବାକୁ ଚେଷ୍ଟା କରନ୍ତୁ । ସେମାନେ ଆସି ଶିକ୍ଷକ ଓ ସାଙ୍ଗମାନଙ୍କ ବିରୋଧରେ ଅଭିଯୋଗ କରୁଥିଲେ ସେମାନଙ୍କୁ ସମର୍ଥନ କରନ୍ତୁ ନାହିଁ।

ଖରାପ ସାଙ୍ଗମାନଙ୍କୁ ଘରକୁ ଆଣନ୍ତୁ ନାହିଁ । ସାନମାନଙ୍କ ସମ୍ମୁଖରେ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।ଏହା ଦ୍ଵାରା ଖରାପ ପ୍ରଭାବ ପଡେ ।

ସାନା ଭଉଣୀ ଆଗରେ ଅନ୍ୟ ବିଷୟରେ ଚର୍ଚ୍ଚା ଘରେ କରନ୍ତୁ ନାହିଁ । ଭାଷାରେ ସଂଯମତା ରକ୍ଷା କରନ୍ତୁ । ସେମାନଙ୍କର ଉତ୍ତମ ଚରିତ୍ର ଗଠନ ସକାଶେ ଭଲ ପରିବେଶଟିଏ ନିଶ୍ଚୟ ସୃଷ୍ଟି କରନ୍ତୁ ।

ପଢନ୍ତୁ ;

ଇତିହାସ ରଚିଛି ବିରାଟ ବାହିନୀ ! ୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

Related posts

ପ୍ରତିଦିନ ଟମାଟୋ ସୁପ୍‌ ପିଇବାଦ୍ଵାରା ମିଳିଥାଏ ଏହି ସବୁ ଉପକାର! ଜାଣନ୍ତୁ

ଉଚ୍ଚ ରକ୍ତଚାପରୁ ମୁକ୍ତି ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଗାଜର

ଆସନ୍ତୁ ଜାଣିବା ହଳଦୀ ତେଲର ଉପକାରିତା ସମ୍ପର୍କରେ