ବର୍ଷା ଲାଗିରହିବ, ପବନର ବେଗ ବଢିବା ସହ ଆସନ୍ତା ୩୬ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଏବେ ଅବପାତରେ ପରିଣତ ହୋଇଛି ।  ଏହାର ପ୍ରଭାବରେ ଆସନ୍ତା ୩୬ ଘଂଟା ମଧ୍ୟରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆଭ୍ୟନ୍ତରୀଣ ଓଡିଶାରେ କେତେକ ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ଆଇଏମଡି ସୂଚନା ଦେଇଛି ।

ରାଜ୍ୟର ଗଜପତି, ଗଂଜାମ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, ପୁରୀ, ବାଲେଶ୍ୱର, ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପବନର ବେଗ ୬୦ କିଲୋମିଟର ଯାଏଁ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଅଧିକ ବର୍ଷା ହୋଇଛି । ପଶ୍ଚିମ ଓଡିଶାରେ ସେତେଟା ବର୍ଷା ହୋଇନଥିବା କହିଛନ୍ତି ଏସଆରସି ବିଷ୍ଣୁ ପଦସେଠୀ । ଦକ୍ଷିଣ ଓଡିଶାର ଗଜପତି ଓ ଗଂଜାମ ବ୍ୟତୀତ ଅନ୍ୟ କେଉଁଠି ବର୍ଷା ହୋଇନି ।

ପୁରୀରେ ୫୬ ମିଲିମିଟର, ଜଗତସିଂହପୁରରେ ୫୨.୩ ମିଲିମିଟର , ଗଜପତିରେ ୪୪.୩, କେନ୍ଦ୍ରାପଡାରେ ୪୪, ଗଂଜାମରେ ୩୯.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପ୍ରଥମେ ମରୁଡ଼ି ସ୍ଥିତି, ପରେ ଚକଡ଼ା ପୋକ ଆଉ ଏବେ ଲଘୁଚାପ ବର୍ଷା । ଗୋଟିଏ ପରେ ଗୋଟିଏ ସଂକଟ ଚାଷୀଙ୍କ ସମସ୍ୟାକୁ ବଢ଼ାଇ ଦେଉଛି । ବର୍ଷା ଜନିତ ଫସଲ କ୍ଷୟକ୍ଷତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁ ପଦ ସେଠୀ । କୃଷି ବିଭାଗ ଫସଲ କ୍ଷୟକ୍ଷତି ନେଇ ତର୍ଜମା କରୁଛି, କ୍ଷେତ୍ରାଧିକାରୀଙ୍କୁ ସୂଚନା ଦିଆଯାଇଛି । ବର୍ଷା ସରିବା ପରେ କ୍ଷକ୍ଷୟତି ଆକଳନ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଯେଉଁ ସ୍ଥାନରେ ୧୨୪.୫ ମିମିରୁ ଅଧିକ ବର୍ଷାର ଆକଳନ ହେବ ତାକୁ ପ୍ରାକୃତିକ ବିପର୍ଯ୍ୟୟରେ ସାମିଲ କରିବା ପାଇଁ ତର୍ଜମା ହେବ ।

ପଢନ୍ତୁ, ୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

Related posts

ଅବପାତ ରୂପ ନେଲା ଲଘୁଚାପ,ଆହୁରି ୨ଦିନ ବର୍ଷିବ

ଆଶାକର୍ମୀଙ୍କ ସହାୟତା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ