ଇମ୍ରାନ୍‌ ଖାନ୍‌ଙ୍କ ଆଶ୍ଚର୍ଯ୍ୟ ଜନକ ବୟାନ: ଲୋକସଭା ନିର୍ବାଚନ ପରେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ସୁଧୁରିଯିବ

କାଶ୍ମୀରର ପୁଲବାମା ଆକ୍ରମଣ  ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଦେଖାଯାଇଛି। ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ବାଲାକୋଟ ଏୟାର ଷ୍ଟ୍ରାଇକ  କରଯାଇଥିଲା। ଏହାପରଠାରୁ ପାକିସ୍ତାନ ଓ ଭାରତ ମଧ୍ୟରେ ଲାଗି ରହିଛି ଛକା ପଞ୍ଝା। ତେବେ ନିକଟରେ ଇମରାନଙ୍କ ବୟାନ ମୋଦୀଙ୍କ ପାଇଁ ଆଣିଦେଇଥିଲା ଏକ ବଡ ସମାଲୋଚନାର ବିଷୟ। ଇମରାନ ମୋଦୀଙ୍କୁ ଟାର୍ଗେଟ କରି କହିଥିଲେକି, ଯଦି ଏଥର ଲୋକସଭା ନିର୍ବାଚନରେ ବିଜେପି ଜିତେ ତେବେ ଭାରତ ପାକିସ୍ତାନ ମଧ୍ୟରେ ଥିବା ସମର୍କରେ ମଧୁରତା ଆସିବ। ତେବେ ଏହି ଉକ୍ତିକୁ ନେଇ ବିରୋଧୀ ଦଳ ମୋଦୀ ଟାର୍ଗେଟ କରି ଇମରାନଙ୍କ ବନ୍ଧୁ ବୋଲି କହିଥିଲେ।

 

 

ତେବେ ଠିକ ସେହି ପରି ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ପୁଣି ଠାରେ ନିର୍ବାଚନର ଫଳକୁ ନେଇ ଦେଇଥିବା ମନ୍ତବ୍ୟ ଭାରତର ମୁଣ୍ଡବିନ୍ଧାର କାରଣ ସାଜିଛି।  ଚାଇନା ଇଣ୍ଟରନ୍ୟାସ୍‌ନାଲ କଲ୍‌ଚରାଲ କମ୍ୟୁନିକେସନ ସେଣ୍ଟରକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି,ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟେ ସମସ୍ୟା ରହିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ଏବଂ ସ୍ଥିରତାର ଅଭାବ ଥିବାରୁ ଆଜି ଦୁଇ ଦେଶ ମଧ୍ୟରେ ଥିବା ସଂକର୍ପ ତିକ୍ତ ହୋଇଛି । କିନ୍ତୁ ଲୋକସଭା ନିର୍ବାଚନ ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଧୁରିଯିବ ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଶାନ୍ତି ଏବଂ ସ୍ଥିରତା ସ୍ଥାପନ ନ ହେବା ପର୍ଯ୍ୟନ୍ତ ପାକିସ୍ତାନରେ ଆର୍ଥିକ ସଂପୁର୍ଣ୍ଣତା ସମ୍ଭବ ନୁହେଁ।

ପଢନ୍ତୁ: ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

 

Related posts

ପାକିସ୍ତାନର ହୀନ କାର୍ଯ୍ୟ: ଅପହରଣ ପରେ ହିନ୍ଦୁ ଝିଅର କରିଲେ ଧର୍ମାନ୍ତରୀକରଣ

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଜି ଓ କଳାଚଣା କଟଲେଟ୍

ଆଗାମୀ ନିର୍ବାଚନରେ ବାରଣାସୀ ଆସନରୁ ଲଢିବେ ମୋଦି