ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‍ ଖାନ୍‍ ଆଜି ଶପଥ ଗ୍ରହଣ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ରାଷ୍ଟ୍ରପତି ମାମ୍‍ନୁନ୍‍ ହୁସେନ୍‍ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନ୍‍ଙ୍କୁ ଶପଥ ପାଠ କରାଇଥିଲେ। ୬୫ ବର୍ଷ ବୟସ୍କ ଇମ୍ରାନ୍‍ ଶପଥ ପାଠରେ ‘ପାକିସ୍ତାନର ସାର୍ବଭୌମ, ଏକତା, ଅଖଣ୍ଡତା ଓ ପ୍ରଗତି ପାଇଁ ବିଶ୍ୱସନୀୟ ଓ ଯଥାସାଧ୍ୟ ସାମର୍ଥ୍ୟ ଅନୁଯାୟୀ ମୁଁ ମୋର କର୍ତ୍ତବ୍ୟ ସମ୍ପାଦନ କରିବି’ ବୋଲି କହିଥିଲେ।

୧୯୯୬ ମସିହାରେ ‘ତେହେରିକ୍-ଏ-ଇନ୍‌ସାଫ୍‌’ ଦଳ ଗଠନ କରି ରାଜନୀତିରେ ପାଦ ଥାପି ଥିବା ଇମ୍ରାନ୍‌ ୨୨ ବର୍ଷ ଧରି ସଂଘର୍ଷ କରିବା ପରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି। ୧୯୯୨ ମସିହାରେ ସେ ପାକିସ୍ତାନ ପାଇଁ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲେ। ସେତେବେଳେ ସେ ପାକିସ୍ତାନ ଟିମ୍‌ର ଅଧିନାୟକ ଥିଲେ।

ସୂଚନାଯୋଗ୍ୟ,ଇମ୍ରାନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଭାରତର ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ସାମିଲ ହୋଇଥିଲେ। ସିଦ୍ଧୁ ଗତକାଲି ପାକିସ୍ତାନ ଗସ୍ତ କରିଥିଲେ। କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କୁ ବି ଇମ୍ରାନ୍‌ଙ୍କ ଦଳ ନିମନ୍ତ୍ରଣ କରିଥିଲା। କିନ୍ତୁ ଏହି ଦୁଇ କ୍ରିକେଟର୍ ସେଠାକୁ ଯାଇ ନାହାନ୍ତି।

ପଢନ୍ତୁ;ଷ୍ଟାର କନସଲ୍ଟାନ୍ସିର ବେଆଇନ ଅର୍ଥ କାରବାର ମାମଲା:ଚେସ୍ ତାରକା ପଦ୍ମିନୀଙ୍କୁ ୨ ଘଣ୍ଟା ଜେରା

Related posts

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌ ଖାନ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

ଲଳିତକଳା ଏକାଡେମୀର ସଭାପତି ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ