ଗ୍ରୀଷ୍ମ ଦିନରେ କିପରି କରିବେ ସୌନ୍ଦର୍ଯ୍ୟ ଚର୍ଚା ?

ଗ୍ରୀଷ୍ମ ଦିନରେ ସୂର୍ଯ୍ୟରଶ୍ମୀର ପ୍ରଖରତା କାରଣରୁ ତ୍ଵଚା ମଳିନ ପଡିଥାଏ । କେବଳ ଯେ ସନସ୍କ୍ରିନ ଲଗାଇବା ଏଥିପାଇଁ ପ୍ରମୁଖ ଆବଶ୍ୟକତା , ତା ‘ ନୁହେଁ । ବରଂ ନିଜ ଖାଦ୍ୟ ପାନୀୟ ପ୍ରତି ସଚେତନ ହେବା ମଧ୍ୟ ଜରୁରୀ । ସଠିକ ସମୟରେ ଖାଇବା ଓ ଶୋଇବା ମଧ୍ୟ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଦିନେ ନିଜ ତ୍ଵଚାର ଯତ୍ନ କିପରି ନେବେ ?

ଗ୍ରୀଷ୍ମରେ ସୌନ୍ଦର୍ଯ୍ୟ ଚର୍ଚା ପାଇଁ କିଛି ଟିପ୍ସ :-

  • ସନ – ଟ୍ୟାନରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟହ ବେସନ ଓ ଲେମ୍ବୁରସ ପ୍ୟାକ ଲବାଇବା ଆବଶ୍ୟକ । ୨୦ ମିନିଟସ ପରେ ନଖଉସୁମ ପାଣିରେ ଧୋଇ ନେବେ ।
  • କାକୁଡି ରସକୁ କ୍ଲିନଜର ପରି ବ୍ୟବହାର କରିପାରିବେ । ଏହା ରଙ୍ଗ ସଫା କରିବା ସହ ତ୍ଵଚାକୁ ଶୀତଳତା ପ୍ରଦାନ କରେ ।
  •  ସକାଳ ୮ ଟାରୁ ଦିନ ୨ ଟା ମଧ୍ୟରେ ୨-୩ଥର ସନସ୍କ୍ରିନ ଲଗାଇବା ଆବଶ୍ୟକ । ଘରେ ଥିବା ସମୟରେ ଏହି ନିୟମ ମାନିବା ତ୍ଵଚା ପାଇଁ ଉପକାରୀ ।
  • ଫ୍ରିଜରେ କଞ୍ଚା କ୍ଷୀର ରାଖୀ ତହିଁ ଆରଦିନ ସକାଳୁ ଏହାକୁ ତୁଳା ସାହାଯ୍ୟରେ ଲଗାନ୍ତୁ । ଏପରି କଲେ ତ୍ଵଚାରୁ ଟ୍ୟାନ ଦୂର ହୁଏ ।
  • ଦିନକୁ ୩ -୪ ଥର ଲେମ୍ବୁ ପାଣି ପିଇଲେ ମଧ୍ୟ ତ୍ଵଚା ସତେଜ ରହେ ।
  • ଘରେ ଘି – କୁଆଁରି ରସକୁ ସନ୍ଧ୍ୟାବେଳେ ତ୍ଵଚାରେ ଲଗାଇ ୩୦ ମିନିଟ ପରେ ତ୍ଵଚାକୁ ଧୋଇବେ । ଏହା ମଧ୍ୟ ତ୍ଵଚାରେ ଚମକ ଆଣେ । ଏହା ଖରା ଦିନ ନିମନ୍ତେ ଉତ୍ତମ ପ୍ୟାକ ।

ପଢନ୍ତୁ ;

ନଅ ଥର ଗୁଳିର ଶିକାର ହେବା ପରେ ମରଣ ମୁହଁରୁ ଫେରିଆସିଥିବା ଯବାନ ଚେତନ ଚିତାହ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ