ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ରେ ଭାରତ ବିଜୟୀ

ୟୁଏଇ ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୭ ଉଇକେଟରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅତିସହଜରେ ପରାସ୍ତ କରଛି। କ୍ରମାଗତ ଦୁଇଟି ବିଜୟ ପରେ ପାକିସ୍ତାନ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପଟେ ଭାରତ ଟୁର୍ନାମେଣ୍ଟରେ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି।

ଅଜମାନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତର ଉଚ୍ଚକୋଟୀର ବୋଲିଂ ଓ ଫିଲ୍ଡିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିର୍ଦ୍ଧାରିତ ୪୦ ଓଭରରେ ୮ ଉଇକେଟ ହରାଇ ୨୮୨ ରନରେ ସୀମିତ ରହିଥିଲା। ଦଳ ତରଫରୁ ମହମ୍ମଦ ଜାମିଲ ଓ ଅଧିନାୟକ ନିଶାର ଅଲୀ ତୃତୀୟ ଉଇକେଟ ଯୋଡିରେ ୧୩୭ ରନ ସଂଗ୍ରହ କରିଥିଲେ।

ନିଶାର ୬୩ ରନ କରିଥିବା ବେଳେ ଅଜୟ ରେଡ୍ଡୀଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଜାମିଲ ୯୪ ରନ କରି ଅପରାଜିତ ରହିଥିଲେ। ଭାରତ ତରଫରୁ ବୋଲିଂରେ ଅଜୟ, ବାସାପ୍ପା, ସୁନି ଓ ରାମବୀର ଓ ଦୀପକ ମଲିକ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

ଜବାବରେ ଭାରତ ୩୪.୫ ଓଭରରେ ୩ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ହରିୟାଣା ବ୍ୟାଟ୍ସମ୍ୟାନ ଦୀପକ ମଲିକ ୭୧ଟି ବଲ ଖେଳି ୮ଟି ଚୌକା ମାରି ୭୯ ରନ କରି ଅପରାଜିତ ରହିଥିଲେ। ଭେଙ୍କଟେଶ ୫୫ଟି ବଲରୁ ୬୪ ରନ ସଂଗ୍ରହ କରିଥିଲେ। ଅଧିନାୟକ ଅଜୟ ରେଡ୍ଡୀ ୩୪ ବଲରୁ ଦ୍ରୁତ ୪୭ ରନ କରିଥିଲେ। ଚତୁର୍ଥ ଉଇକେଟ ଯୋଡିରେ ଅଜୟ ଓ ଦୀପକ ଅପରାଜିତ ୧୦୬ ରନର ଭାଗୀଦାରି ସ୍ଥାପନ କରି ଦଳକୁ ବିଜୟୀ କରାଇଥିଲେ। ଏହି ଅବସରରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ରଚାର୍ଡସନ ମୁଖ୍ୟଅତିଥିରୂପେ ଉପସ୍ଥିତ ରହି ମ୍ୟାଚ ଉପଭୋଗ କରିଥିଲେ।

ପଢନ୍ତୁ ;ହଳଦୀର ବ୍ୟବହାର ରୁ ଆପଣ ପାଇଁ ପାରିବେ ଏହି ସବୁ ଫାଇଦା ; ଆସନ୍ତୁ ଜାଣିବା

Related posts

ଓଡିଶା ହକି ବିଶ୍ଵକପ: ହକି ବିଶ୍ୱକପ ଅଫିସିଆଲ୍ ଓପନିଙ୍ଗ୍ ସଙ୍ଗୀତରେ ଏକାଠି ହେବେ ରହମାନ ,ଗୁଲଜାର

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ