ଭାରତ ଷଷ୍ଠ ସର୍ବବୃହତ୍ ଅର୍ଥନୈତିକ ରାଷ୍ଟ୍ର
ଫ୍ରାନ୍ସକୁ ପଛକୁ ଠେଲି ଭାରତ ବିଶ୍ଵର ଷଷ୍ଠ ବୃହତ୍ତମ ଅର୍ଥନୀତି ସ୍ଥାନ ଅକ୍ତିଆର କରିଛି। ବିଶ୍ଵ ବ୍ୟାଙ୍କ ପକ୍ଷରୁ ଆଜି ଏହି ତାଜା ରିପୋର୍ଟ ପ୍ରକାଶ ପାଇଛି। ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ୍ ଦ୍ୱିତୀୟ ସ୍ଥାନରେ, ଜାପାନ୍ ତୃତୀୟ, ଜର୍ମାନୀ ଚତୁର୍ଥ ଓ ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଛନ୍ତି।
୨୦୧୭ରେ ଭାରତର ମୋଟ ଘରୋଇ ଉତ୍ପାଦନ(ଜିଡିପି) ପରିମାଣ ୨.୫୯୭ ଟ୍ରିଲିୟନ ଡଲାର ଥିବା ବେଳେ ଫ୍ରାନ୍ସର ଡିଜିପି ଥିଲା ୨.୫୮୨ ଟ୍ରିଲିୟନ ଡଲାର। ଭାରତର ଜିଡିପି ଦୀର୍ଘ ଦିନ ଧରି ମନ୍ଥର ରହିବା ପରେ ଗତ ବର୍ଷ ଜୁଲାଇ ପରେ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା। ଭାରତର ଜନସଂଖ୍ୟା ୧୩୪ କୋଟି ଥିବା ବେଳେ ଫ୍ରାନ୍ସର ଜନସଂଖ୍ୟା ମାତ୍ର ୬୭ ନିୟୁତ। ତେଣୁ ମୁଣ୍ଡପିଛା ଆୟ ତୁଳନାରେ ଭାରତର ସ୍ଥାନ ଫ୍ରାନ୍ସଠାରୁ ଯଥେଷ୍ଟ ତଳେ ରହିଛି। ତଥାପି ସାମଗ୍ରିକ ଅଭିବୃଦ୍ଧି ଦୃଷ୍ଟିରୁ ଭାରତର ପ୍ରଦର୍ଶନ ଉଲ୍ଲେଖନୀୟ।
ପଢନ୍ତୁ;ଲଘୁଚାପ ଆଶଙ୍କା,ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା