ଭାରତୀୟ ବାୟୁସେନା ଚୀନ୍‌କୁ କଡ଼ା ଟକ୍କର ଦେବାପାଇଁ ନିର୍ମାଣ କରିବ ଏୟାରଫିଲ୍ଡ

ଚୀନ ଆମ ପଡୋଶୀ ଦେଶ ମାତ୍ର ଡୋକଲାମ ବିବାଦରୁ ପରେ  ଜଣାପଡିଯାଇଛି ଯେ,  ଚୀନ୍‌ ଭାରତର ଭରଷାଯୋଗ୍ୟ ବା ବନ୍ଧୁତାଯୋଗ୍ୟ ପଡୋଶୀ ନୁହେଁ। ନିଜ ସ୍ୱାର୍ଥ ପୂରଣ ପାଇଁ ଚୀନ ଦେଶ କେତେବେଳେ କୌଣସି ସ୍ତରକୁ ବି ଯାଇପାରେ। କେଉଁ ମୁହୂର୍ତ୍ୱରେ ବି ଚୀନ ଭାରତ ଉପରେ ଆକ୍ରମଣ କରିପାରେ । ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଚୀନ୍‌ ସହ ଟକ୍କର ଦେବାକୁ ଭାରତ  ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅହି ପରିସ୍ଥିତିକୁ ନଜରରେ ରଖି ସୀମା ଅଞ୍ଚଳମାନଙ୍କରେ ଭାରତ ପକ୍ଷରୁ ଏକାଧିକ ଏୟାରଫିଲ୍ଡ ନିର୍ମାଣ କରାଯିବାକୁ ଯୋଜନା ଆରମ୍ଭ ହୋଇଯାଇଛି।

ଏହି ଯୋଜନାର ଅନ୍ତର୍ଭୁକ୍ତ ଏକ ଅଂଶ ରହିଛି ଲଦାଖ। ଲଦାଖ ଏକ ପାହାଡିଆ ସ୍ଥାନ । ଏହି  ପାହାଡି ଇଲାକାରୁ ହିଁ ଚୀନ୍‌କୁ ମୁହଁତୋଡ଼ ଜବାବ ଦେବାକୁ ଭାରତୀୟ ବାୟୁସେନା ନିର୍ମାଣ କରିବାକୁ ଯାଉଛି ଏୟାରଫିଲ୍ଡ। ଏଥିପାଇଁ ବାୟୁସେନା ଲଦାଖରେ ଜାଗା ଚିହ୍ନଟ କରୁଛି। ଯେଉଁଠି   ଯୁଦ୍ଧକାଳୀନ ପରିସ୍ଥିତି ଉପୁଜିଲେ ବଡ଼ ଧରଣର ଏୟାରକ୍ରାପ୍ଟ ଅବତରଣ ଓ ଉଡାଣ କରିପାରିବ।

ପଢନ୍ତୁ, ଚାଷୀ ମୃତୁ ବିଷୟରେ କ’ଣ କହିଲେ କୃଷିମନ୍ତ୍ରୀ । 

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ