କୋଚିରେ ଖୋଲିଛି ଦେଶର ପ୍ରଥମ କିନ୍ନରଙ୍କ ସ୍କୁଲ,ଅଧାରୁ ପାଠ ଛାଡ଼ୁଥିବା କିନ୍ନରଙ୍କୁ ମିଳିବ ଶିକ୍ଷାର ସୁଯୋଗ!

କେରଳରେ ଖୋଲିଛି ଦେଶର ପ୍ରଥମ କିନ୍ନର ଙ୍କ ସ୍କୁଲ

କେରଳର କୋଚି ଠାରେ ଖୋଲିଛି ଦେଶର ପ୍ରଥମ କିନ୍ନରଙ୍କ ସ୍କୁଲ। ଏହି ସ୍କୁଲର ନାମ ସହଜ ଇଣ୍ଟରନ୍ୟାସନାଲ। ଏହାକୁ ଲୋକାର୍ପିତ କରିଥିଲେ କିନ୍ନରଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ବିଶିଷ୍ଟ ଲେଖକ ତଥା ଅଭିନେତା କଲକୀ ସୁବ୍ରମଣ୍ୟମ। ଅଧାରୁ ପାଠ ଛାଡ଼ୁଥିବା କିନ୍ନରଙ୍କୁ ଶିକ୍ଷାର ସୁଯୋଗ ଦେଇ ବିକାଶର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଏହି ସ୍କୁଲର ଲକ୍ଷ୍ୟ ଥିବା କୁହାଯାଇଛି।

କିଛି ଶିକ୍ଷକ, ସାମାଜିକ କର୍ମୀ ଏହି ସ୍କୁଲ ନିର୍ମାଣରେ ସହାୟତା କରିଛନ୍ତି । କିନ୍ନରଙ୍କୁ ସୁରକ୍ଷା, ଏବଂ ଜୀବିକା ଯୋଗାଇ ଦେବା କ୍ଷେତ୍ରରେ ସ୍କୁଲଟି ଏବେ ଅନେକଙ୍କ ମନରେ ନୁଆ ସ୍ୱପ୍ନ ଜଗାଇଛି। କୋଚି ମେଟ୍ରୋ ଭଳି ସଂସ୍ଥା କିନ୍ନରମାନଙ୍କୁ ନିଯୁକ୍ତି ଯୋଗାଇ ଦେବାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରେ ଡ଼ିଗ୍ରୀର ଅଭାବ ଏକ ମୁଖ୍ୟ ଚ୍ୟାଲେଞ୍ଜ । ଟ୍ରାନ୍ସଜେଣ୍ଡର ଫାଉଣ୍ଡେସନର ୬ଜଣ କିନ୍ନର ଏବଂ ଜଣେ ମହିଳା ଏହି ସ୍କୁଲର ଦେଖାରଖା କରୁଛନ୍ତି। ୧୦ ଜଣ ଛାତ୍ର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ,ଭାରତର ପ୍ରଥମ ରାଜ୍ୟ ଭାବେ କିନ୍ନରଙ୍କ ପାଇଁ ଅଲଗା ନୀତି ଲାଗୁ କରିକାୁ ନେଇ ଚର୍ଚ୍ଚାରେ ଥିବା କେରଳରେ ଏଭଳି ଏକ ସ୍କୁଲକୁ ପ୍ରଶଂସା କରାଯାଇଛି।

ପଢନ୍ତୁ; କଂଗ୍ରେସର ଉପବାସ ରାଜନୀତି: ଉପବାସରେ ବସିବା ଠିକ୍ ପୂର୍ବରୁ ଖାଇଲେ ଛୋଲେ-ଭଟୋରେ,ଟ୍ଵିଟରରେ ଉଡ଼ିଲା କଂଗ୍ରେସ ଦଳର ମଜାକ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ