ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣା:ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ପୁଅ ଗିରଫ

ଉଷସୀଙ୍କୁ ଅସଦାଚରଣ ମାମଲା

ଓଲିଉଡ୍‌ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଓ ମାଡ଼ ମାରିବା ମାମଲାରେ ରବିବାର ରାତିରେ କଣିହାଁ ପୋଲିସ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅ ରୋଜିତ୍‌ କୁମାର ସାହୁଙ୍କୁ ଗିରଫ କରିଛି। ଅନୁଗୁଳ ଏସପି ପ୍ରେସମିଟ କରି ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ଉଷସୀ ଏକ ଯାତ୍ରାରେ ଅଭିନୟ କରିବା ପାଇଁ ଡେରଙ୍ଗ ଗାଁକୁ କାରରେ ଯାଉଥବାବେଳେ ଇନ୍ଦ୍ରମଣି ସାହୁଙ୍କ ସହ ତାଙ୍କର ବିବାଦ ହୋଇଥିଲା । ସାମାଜିକ ଗଣମାଧ୍ୟମରେ ଘଟଣା ପୋଷ୍ଟ୍ କରିବା ପରେ ଉଷସୀ କଣିହାଁ ଥାନାରେ ଇନ୍ଦ୍ରମଣି ଏବଂ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଏତଲା ଦେଇଥିଲେ । ଏନେଇ ଗତକାଲି ସିନେ କଳାକାର ସଂଘ ଓ ଖୋଦ ଉଷସୀ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଥିଲେ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ, ନଚେତ୍ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Related posts

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ