ଆନ୍ତର୍ଜାତିକ ଚିତ୍ରକଳା ମହୋତ୍ସବ ସ୍ଥାନୀୟ ଜନତା ମଇଦାନରେ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ

ଚିତ୍ରକଳାର ବିରାଟ ଆନ୍ତର୍ଜାତିକ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଛି । ଓଡିଶାରେ ଏଭଳି କଳା ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ।ଆର୍ଟଫେୟାର୍‌ ଓ ସୁଭଦ୍ରା ଆର୍ଟ ଗ୍ୟାଲେରି ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଆଧୁନିକ ଓ ସମସାମୟିକ ଚିତ୍ରକଳା ଉପରେ ଆଧାରିତ ଭୁବନେଶ୍ୱର ଆନ୍ତର୍ଜାତିକ ଚିତ୍ରକଳା ମହୋତ୍ସବ ସ୍ଥାନୀୟ ଜନତା ମଇଦାନରେ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ଅବସରରେ ଉତ୍ସବର ଏକ ଲୋଗୋ ଆଜି ଜୟଦେବ ଭବନ ପ୍ରଦର୍ଶନୀ ଗୃହରେ ଉଦ୍‌ଘାଟିତ ହୋଇଥିଲା। ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ରବି ରଥ କାନ୍‌ଭାସ୍‌ ଉପରେ ଚିତ୍ର ଆଙ୍କି ଏହାର ଶୁଭାରଥିଲେ।ମ୍ଭ କରି ଚିତ୍ରକଳା ଉତ୍ସବର ଉପଦେଷ୍ଟା ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ପ୍ରତାପ ଚନ୍ଦ୍ର ରଥ, ଆୟୋଜନ କମିଟି ସଦସ୍ୟ ଦେବୁ ପଟ୍ଟନାୟକ, ପଞ୍ଚାନନ ନାୟକ, ସତ୍ୟଜିତ ଜେନା, ଐଶକାନ୍ତ ମହାନ୍ତି, ଶ୍ରୀୟକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ ସଫଳ କରିବା ପାଇଁ ଆହ୍ଵାନ ଦେଇଥିଲେ।

ଉତ୍ସବର ଅଧ୍ୟକ୍ଷ ଇଂ. ସୂର୍ଯ୍ୟ ରଥ ଉପସ୍ଥିତ ଚିତ୍ରଶିଳ୍ପୀ ଓ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଓଡ଼ିଶାରେ ଏଭଳି ଏକ ଆନ୍ତର୍ଜାତିକ ଉତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଓଡିଶା ପାଇଁ ଏହା ଏକ ଗର୍ବ ଓ ଗୌରବ । ଦେଶ ଓ ଦେଶ ବହାରୁ ନିମନ୍ତ୍ରିତ ଶତାଧିକ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ, ଭାସ୍କର୍ଯ୍ୟ ଶିଳ୍ପୀ, କଳା ସମୀକ୍ଷକ ଓ ସାମ୍ବାଦିକ ଏହି ବିଶ୍ୱସ୍ତରୀୟ ଚିତ୍ରକଳା ଶିବିରରେ ଯୋଗଦାନ କରି ତାଙ୍କର କଳାକୃତି ପ୍ରଦର୍ଶନ କରିବେ ।

ପଢନ୍ତୁ ବିଧାନସଭାର ମୌସୁମୀ ଅଧିବେଶନ ବିଷୟରେ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ