ଆଇପିଏଲ ୧୧:ଶେଷ ବଲ୍‌ରେ ଜିତିଲା ସନ୍‌ରାଇଜର୍ସ!

ସନ୍‌ରାଇଜର୍ସ ହାଇଦ୍ରାବାଦର କ୍ରମାଗତ ବିଜୟ

ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱିତୀୟ ବିଜୟ ହାସଲ କରିଛି। ଗତକାଲି ଖେଳା ଯାଇଥିବା ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍‌କୁ ୧ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ୟପକ୍ଷରେ ମୁମ୍ବାଇର ଏହା ଦ୍ୱିତୀୟ ପରାଜୟ। ଆଇପିଏଲ୍‌ର ଓପନିଂ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗଠାରୁ ମୁମ୍ବାଇ ପରାସ୍ତ ହୋଇଥିଲା। ଶେଷ ୩ ଓଭରରେ ମୁମ୍ବାଇର ବୋଲରମାନେ ରୋମାଞ୍ଚକ ପ୍ରଦର୍ଶକ କରିଥିଲେ ବି ହାଇଦ୍ରାବାଦର ଶେଷ ଓ୍ଵିକେଟ୍‌ ଆଗରେ ମୁଣ୍ଡ ନୁଆଇଁଛନ୍ତି। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହାଇଦ୍ରାବାଦ ଇନିଂସର ଶେଷ ବଲରେ ଗୋଟିଏ ରନ୍‌ ସଂଗ୍ରହ କରି ଏହି ମ୍ୟାଚ୍‌ରେ ବିଜୟୀ ହୋଇଛି।

ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୮ ଓ୍ଵିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଥିଲା। ଲୁଇସ୍‌ ୨୯ ରନ୍‌, ସୂର୍ୟ୍ୟକାନ୍ତ ଯାଦବ ୨୮ ରନ୍‌, କିରଣ ପୋଲାର୍ଡ ୨୮ ରନ୍‌, କୃଣାଳ ପାଣ୍ଡ୍ୟା ୧୫ ରନ୍‌ ସଂଗ୍ରହ କରିଥିଲେ। ୧୧ ରନ୍‌ରେ ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ରୋହିତ ଶର୍ମା(୧୧) ହାଇଦ୍ରାବାଦର ପ୍ରଥମ ଶିକାର ହୋଇଥିଲେ। ସେହିପରି ୨ୟ ଓ୍ଵିକେଟ୍‌ ୪୮ ରନ୍‌ରେ ଈଶାନ କିଷାନ, ଏଲଭିନ ଲୁଇସ୍‌ ୩ୟ ଓ୍ଵିକେଟରେ ପାଭଲିଅନ୍‌ ଫେରିଥିଲେ। ସ୍କୋର ୫୪ ରନ୍‌ ଥିବା ବେଳେ ଲୁଇସ୍‌ ଆଉଟ୍‌ ହୋଇଥିଲେ। ୭୨ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୧୦ ରନ୍‌ରେ ୫ମ ଓ୍ଵିକେଟ୍‌, ୧୩୩ ରନ୍‌ରେ ୬ଷ୍ଠ ଓ୍ଵିକେଟ, ୧୩୬ ରନ୍‌ରେ ୭ମ ଓ ୮ମ ଓ୍ଵିକେଟ୍‌ ପଡ଼ିଥିଲା। ହାଇଦ୍ରାବାଦ୍‌ ପକ୍ଷରୁ ସନ୍ଦୀପ ଶର୍ମା, ବିଲି ଷ୍ଟନଲେକ ଓ ସିଦ୍ଧାର୍ଥ କାଉଲ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିବା ବେଳେ ରସିଦ ଖାଁ ଓ ସାକିବୁଲ୍‌ ହାସନ ୧-୧ ଓ୍ଵିକେଟ୍‌ ନେଇଥିଲେ।

ପଢନ୍ତୁ; ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ : ଭୁବନେଶ୍ୱରକୁ ପୁରିଲା ୭୦ ବର୍ଷ!

Related posts

ଅଫିସିଆଲ ସଙ୍ଗୀତ ଭିଡିଓରେ ଶାହରୁଖ୍‍ଙ୍କୁ ଶିଖାଇଲେ ରେହମାନ

ହକି ବିଶ୍ୱକପ୍‌ର ପ୍ରଚାର ପାଇଁ ଆଜି ‘କେବିସି’ରେ ନଜର ଆସିବେ ନବୀନ

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ