ଇରଫାନ ଖାନ୍‌ଙ୍କ ଅଜଣା ରୋଗକୁ ନେଇ ଚର୍ଚ୍ଚା : ଚିକିତ୍ସାଲାଗି ବିଦେଶ ଯିବେ

ଇରଫାନ୍‌ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛି

ବଲିଉଡରେ ଜଣା ଶୁଣା ଚର୍ଚିତ ଚେହେରା  ଇରଫାନ୍‌ ଖାନ୍‌ । ବଲିଉଡରେ ଯେତିକି ପରିଚିତ ହଲିଉଡରେ ମଢ ସେତିକି ଜଣାଶୁଣା । କିଛି ଦିନ ହେବ ଅଭିନେତା ଇରଫାନ ଖାନ୍‌ଙ୍କୁ ଏକ ଅଜଣା ରୋଗ ହୋଇଥିବା ନେଇ ଚର୍ଚ୍ଚା ଜାରି ରହିଛି। ହେଲେ ସେହି ରୋଗ କ’ଣ ଏବଂ ଇରଫାନ୍‌ ଏବେ କିଭଳି ଅଛନ୍ତି ଏ ସଂପର୍କରେ ତାଙ୍କ ପରିବାର ପକ୍ଷରୁ କିଛି ସୂଚନା ମିଳୁ ନାହିଁ ।

ଏ ସଂପର୍କରେ ଇରଫାନ୍‌ଙ୍କ ପତ୍ନୀ ସୁତପା ନିଜର ଫେସବୁକରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ ତାଙ୍କ ସ୍ମାମୀ ଜଣେ ଯୋଦ୍ଧା । ଏଣୁ ତାଙ୍କ ପାଇଁ କେବଳ ପ୍ରାର୍ଥନା କରନ୍ତୁ । ସେ ଅନେକ ଫୋନ୍‌ କଲ୍‌ ଏବଂ ମେସେଜର ଉତ୍ତର ଦେଇ ପାରି ନଥିବା ହେତୁ ଦୁଃଖିତ ବୋଲି ବି କହିଛନ୍ତି ।

ଅଭିନେତା ଇରଫାନ୍‌ ଖାନ୍‌ଙ୍କ ସଂପର୍କରେ ଏକ ବଡ଼ ଖୁଲାସା କରିଛନ୍ତି ଟି ସିରିଜର ମାଲିକ ତଥା ପ୍ରଯୋଜକ ଭୂଷଣ କୁମାର । କହିଛନ୍ତି  କି ଇରଫାନ୍‌ ଖାନ୍‌ ନିଜର ଚିକିତ୍ସାଲାଗି ବିଦେଶକୁ ଯିବେ। ଭୂଷଣ ହସ୍ପିଟାଲରେ ତାଙ୍କୁ ଭେଟିବାପରେ ଏହି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରଫାନ୍‌ ଖାନ ସୁସ୍ଥ ହେବାଲାଗି ସମସ୍ତଙ୍କର ପ୍ରାର୍ଥନା ନିଶ୍ଚିତ କାମରେ ଆସିବ ।

ଭୂଷଣ ଆଶାବାଦୀ ଯେ ଇରଫାନ୍‌ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଫେରିବେ ପୁଣି ଅଭିନୟ ଜଗତରେ ସକ୍ରିୟ ହେବେ ।

ପଢନ୍ତୁ ;

ଆସନ୍ତାକାଲିଠାରୁ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ

Related posts

ଅଭିନେତା ଇରଫାନ ଖାନ ଅଭିନୀତ ଫିଲ୍ମ ସାମିଲ ହେଲା ଓସ୍କାର ଦୌଡରେ

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀ ଏବଂ ପତି ହର୍ଷ

ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା