କାବୁଲରେ ବିସ୍ଫୋରଣ, ୬୦ରୁ ଅଧିକ ମୃତ !

କାବୁଲରେ ଆତ୍ମଘାତୀ ବିସ୍ଫୋରଣ

ଆଫଗାନୀସ୍ତାନ କାବୁଲଠାରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୬୦ରୁ ଅଧିକ ଲୋକଙ୍କ ମୃତୁ ଘଟିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କ ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ଏ ପର୍ୟ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଅନ୍ୟ ପଟେ ତାଲିବାନ ମଧ୍ୟ ଏହି ଘଟଣାରେ ସଂପୃକ୍ତ ନଥିବା କହିଛି। ଏଠାରେ ଅକ୍ଟୋବର ୨୦ରେ ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ଗତ ଜାନୁଆରି ମାସରେ କାବୁଲରେ ଆମ୍ବୁଲାନ୍ସ ବିସ୍ଫୋରଣରେ ଶହେ ଜଣଙ୍କର ମୃତ୍ୟୁ ହେବା ପରେ ଏହା ଚଳିତବର୍ଷର ଦ୍ୱିତୀୟ ଭୟାବହ ବିସ୍ଫୋରଣ ବୋଲି କୁହାଯାଉଛି। ଆଫଗାନିସ୍ତାନ ସ୍ୱରାଷ୍ଟ୍ରମନ୍ତ୍ରୀ ନଜିବ ଦୀନେଶଙ୍କ କହିବା ମୁତାବକ, ଆସନ୍ତା ଅକ୍ଟୋବର ମାସରେ ଦେଶରେ ନିର୍ବାଚନ ଥିବାରୁ ମତଦାତା ପଞ୍ଜୀକରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼ର ଫାଇଦା ଉଠାଇ ଜଣେ ଆତଙ୍କବାଦୀ ନିଜ ଶରୀରରେ ବୋମା ଖଞ୍ଜି ବିସ୍ଫୋରଣ ଘଟାଇଥିଲା। ୨୦୧୯ରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଷ୍ଟ୍ରପତି ଅସରଫ ଘନୀଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଏଭଳି ଆକ୍ରମଣ କରାଯାଉଥିବା କୁହାଯାଉଛି।

ପଢନ୍ତୁ; ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ