ଶ୍ରୀହରିକୋଟାରୁ ପିଏସଏଲଭି ସି-୪୬ର ସଫଳ ପରୀକ୍ଷଣ

Is

ପୁଣି ଇତିହାସ ରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ବୁଧବାର ରାଡାର ଇମେଜିଂ ଆର୍ଥ ସାଟେଲାଇଟ୍‌(ରିସାଟ୍‌-୨ବି)ର ଉତ୍‌କ୍ଷେପଣ ସଫଳ ହୋଇଛି। ଭୋର ୫ଟା ୨୭ ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍‌ ସେଣ୍ଟରରୁ ପିଏସଏଲଭି-ସି୪୬  ଜରିଆରେ ରିସାଟ୍‌-୨ବିର ଉତ୍‌କ୍ଷେପଣ କରାଯାଇଥିଲା। ପ୍ରତିକୂଳ ସ୍ଥିତିରେ ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉଠାଇବା, ବିପର୍ଯ୍ୟୟ ସମୟରେ ସଠିକ୍ ସୂଚନା ଦେବା ଓ ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଉପଗ୍ରହ ମହାକାଶକୁ ପଠାଇଛନ୍ତି।

ରିସାଟ୍‌-୨ବି ସାଟେଲାଇଟ୍‌ର ଓଜର ୬୧୫ କିଲୋଗ୍ରାମ। ଉତକ୍ଷେପଣର ୧୫ ମିନିଟ ପରେ ସାଟେଲାଇଟ୍‌ଟି ପୃଥିବୀର କକ୍ଷପଥରେ ସଂସ୍ଥାପନ ହୋଇଯିବ। ଇସ୍ରୋ ଅଧ୍ୟକ୍ଷ କେ. ଶିବାନ  ଏହି ମିଶନକୁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ବୋଲି ଦର୍ଶାଇଥିବା ବେଳେ ଏ ସମ୍ପର୍କରେ ଅଧିକ ସୂଚନା ଦେଇ ନ ଥିଲେ। ରିସାଟ-୨ବି ଉତକ୍ଷେପଣ ପରେ ଇସ୍ରୋ ଚନ୍ଦ୍ରଯାନ-୨ ଉପରେ କାମ କରିବ। ଜୁଲାଇ ୯ରୁ ୧୬ ତାରିଖ ମଧ୍ୟରେ ଏହାର ଉତ୍‌କ୍ଷେପଣ କରାଯିବ। ସମସ୍ତେ ଏହି ମିଶନ ଉପରେ ଉତ୍ସୁକତାର ସହ ନଜର ରଖିଛନ୍ତି। ଇସ୍ରୋ ସେପ୍ଟେମ୍ବର ୬ସୁଦ୍ଧା ଚନ୍ଦ୍ରଯାନ-୨କୁ  ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ନେଇ ଆଶାବାଦୀ ରହିଛି ବୋଲି ସେ କହିଥିଲେ।

ପଢନ୍ତୁ: ଆରମ୍ଭ ହେଲା କାଉଣ୍ଟ ଡାଉନ୍‌: କାଲିଠାରୁ ଆରମ୍ଭ ଭୋଟ ଗଣତି

Related posts

ଲୋକସଭାରେ ୫ଟି ଭାଷାରେ ଧନ୍ୟବାଦ ପ୍ରସ୍ତାବ ରଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଦୂତୀଙ୍କ ଜୀବନକୁ ନେଇ ହେବ ବଲିଉଡ୍ ଫିଲ୍ମ

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପି ଭି.ଆର ଲକ୍ଷ୍ମୀନାରାୟଣଙ୍କ ପରଲୋକ