ଜମ୍ମୁରେ ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ, ଯବାନ ସହିଦ

ଜମ୍ମୁକାଶ୍ମୀର ଆରଏସପୁରା ଓ ଅରନିୟା ସେକ୍ଟର୍‌ସ୍ଥିତ ଆନ୍ତର୍ଜାତିକ ସୀମାରେଖା ଠାରେ ପୁଣି ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି ପାକିସ୍ତାନ । ଗତକାଲି ରାତିରେ ଆରଏସପୁରା ଓ ଅରନିୟା ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଘନ କରାଯାଇଛି । ଏଥିସହ ଭାରତୀୟ ସେନା ପୋଷ୍ଟକୁ ଟାର୍ଗେଟ କରି ଗୁଳି ଓ ମୋର୍ଟାର ମାଡ କରାଯାଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଜଣେ ଯବାନ ଓ ସ୍ଥାନୀୟ ମହିଳା ଆହତ ହୋଇଛନ୍ତି । ଏହାର ଜବାବରେ ଭାରତୀୟ ସେନା ମଧ୍ୟ ଗୁଳିମାଡ କରିଥିଲା ।

ଗତକାଲି ରାତି ନଅଟାବେଳେ ବର୍ଡର୍‌ ଆଉଟ୍‌ ପୋଷ୍ଟ୍‍ ଏବଂ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳି ଓ ବୋମା ନିକ୍ଷେପ କରିଥିଲା ବୋଲି ଜଣେ ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି।ବିଏସ୍‌ଏଫ୍‌ ଯବାନମାନେ ଏହାର ଠିକଣା ଜବାବ ଦେଇଛନ୍ତି ବୋଲି ଜମ୍ମୁର ଅତିରିକ୍ତ ଡେପୁଟି କମିସନର୍‌ ଅରୁଣ ମାନହସ କହିଛନ୍ତି।

ବିଳମ୍ବିତ ରାତି ଯାଏଁ ଉଭୟ ପଟୁ ଗୁଳିବର୍ଷଣ ହୋଇଥିଲା ।ପାକିସ୍ତାନୀ ସେନା ନିକ୍ଷେପ କରିଥିବା ବୋମା ଆର୍ଣ୍ଣିଆ ବେଲ୍‌ଟ୍‌ରେ ପଡ଼ିବାରୁ କେତେକ ଗାଁରେ ପଡ଼ିଥିଲା। ଏହାପରେ ସେହି ଅଂଚଳର ଦୀର୍ଘ ୨ଶହ କିଲୋମିଟର ଅଂଚଳରେ ରେଡ ଆଲର୍ଟ ଜାରି କରାଯାଇଛି ।ପାକିସ୍ତାନ ତରଫରୁ ନିରବଚ୍ଛିନ୍ନ ଅସ୍ତ୍ରବିରତି ଉଲ୍ଲଂଘନ କରିବାର ସମ୍ଭାବନା ଥିବାରୁ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ଗ୍ରାମବାସୀମାନଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ।

ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଏଲଓସିରେ ପାକ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭାରତୀୟ ସେନା । ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୫ ଆତଙ୍କବାଦୀଙ୍କୁ ନିପାତ କରିବା ସହ କୋଟଲୀ ସେକ୍ଟରରେ ୭ ପାକିସ୍ତାନୀ ରେଂଜର୍ସଙ୍କୁ ମଧ୍ୟ ନିହତ କରିଥିଲେ ସେନା ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର କେଉଁ ଦିଗରେ ଘଣ୍ଟା ଲଗାଇବେ,ଆସନ୍ତୁ ଜାଣିବା

 

 

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ