ଜଗା ପାଇଁ କାକଟପୁରରୁ ଆସିଲା ଫଳଭାର

Untitled 1

ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର  ଯାଇଛି ଫଳଭାର । ଜ୍ୱରରେ ଅସୁସ୍ଥ ମହାପ୍ରଭୁଙ୍କ ପାଇଁ କାକଟପୁରରୁ ଯାଇଛି ବିଭିନ୍ନ ପ୍ରକାର ଫଳ । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ୱରରେ ପୀଡିତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଲାଗିଛନ୍ତି ଦଇତାପତି ସେବାୟତ । କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫଳଭାର ପଠାଇଛନ୍ତି। ଭକ୍ତ ପଠାଇଥିବା ଖଜୁରୀ, ପଇଡ଼, ଡାଳିମ୍ବ, ଆମ୍ବ, ପଣସ ଓ ପିଜୁଳି ଭଳି ଫଳ ଆହାର କରି ସୁସ୍ଥ ଅନୁଭବ କରିବେ ମହାପ୍ରଭୁ। ଏହାକୁ ଅଣସର ଭାର  ବୋଲି କୁହାଯାଏ ।

ଗତକାଲି ନାମ ସଙ୍କୀର୍ତ୍ତନ ସହ ଏକ ସ୍ୱତନ୍ତ୍ର ଗାଡ଼ିରେ ଏଇ ଭାର ସବୁ ପଠାଯାଇଥିଲା। କାହିଁ କେତେ କାଳରୁ ଚାଲି ଆସିଥିବା ଏଇ ପରମ୍ପରା କିଛି ବର୍ଷ ବନ୍ଦ ରହିବା ପରେ ୨୦୧୦ରୁ ପୁଣି ଆରମ୍ଭ ହୋଇଛି। ଏହି ଭାରକୁ ପୁରୀର ହାତି ଆଖଡା ମଠରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ଶ୍ରୀଜିଉଙ୍କୁ ଲାଗି କରାଯିବାର ପରମ୍ପରା ରହିଛି ।

ପଢନ୍ତୁ: ନୂଆ ଆଡ଼ଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ନେଲେ ଅଶୋକ ପରିଜା

Related posts

ଭୁବନେଶ୍ବରରେ ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସପିଂ ମଲ୍ ମାଲିକ

ଦୁନିଆର ଶ୍ରେଷ୍ଠ ପ୍ରଶଂସିତ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି

ଦକ୍ଷିଣ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ୫ ଦିନ ଲଗାଣ ବର୍ଷା

1 Comment

ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ନରସିଂହଙ୍କ ପ୍ରଶ୍ନବାଣରେ ବିଜେଡି ଘାଇଲା June 26, 2019 - 3:52 pm

[…] ଜଗା ପାଇଁ କାକଟପୁରରୁ ଆସିଲା ଫଳଭାର […]

Add Comment