କାଳିଆ ଯୋଜନାରେ କେ​ଳେଙ୍କାରୀ; ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ

Download 1 640x430

କାଳିଆ ଯୋଜନାକୁ ନେଇ ପ୍ରଥମରୁ ହିଁ ଲାଗି ରହିଛି ବାଦ ବିବାଦ। ବିରୋଧୀ ଦଳ ବହୁ ବାର ଏହି ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଉଛନ୍ତି। ତେବେ ଏହି ଆରୋପକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ନବୀନ ସରକାର  ବହୁ ପ୍ରଣାଳୀ ଉପରେ ଦ୍ରୁଷ୍ଟି ଦେଉଛନ୍ତି। ତେବେ ଏଥିଲାଗି କାଳିଆ ଯୋଜନା ପାଇଁ ଯୋଗ୍ୟ ପାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ଅଢ଼େଲ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ନିକଟକୁ ଆସିଥିବା ରିପୋର୍ଟ ଅନୁଯାୟୀ, ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏଯାବତ୍‌ ୭୨ ପ୍ରତିଶତ ଅର୍ଥାତ୍ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି । ସେଥି ମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ  କହିଛନ୍ତି ।

ସେହିପରି ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବାକୁ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡନ୍ତି ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ନୋଡାଲ୍‌ ଅଫିସରମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପଢନ୍ତୁ: ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ମଧ୍ୟାହ୍ନ ଭୋଜନ ପାଇଁ ବିକ୍ଷୋଭ କରୁଛନ୍ତି କୁନି ପିଲା

Related posts

ଟେକ୍ସାସ୍‌ରେ ଆତଙ୍କ ଖେଳାଇ‌ଲା ବାତ୍ୟା ‘ଇମେଲ୍‌ଡା’ ଅଟକି ପାରେ ‘ହାଓଡି ମୋଦି’

ଗାନ୍ଧୀ ଜୟନ୍ତୀରୁ ଯୁକ୍ତ୨ କଲେଜରେ ପ୍ଲାଷ୍ଟିକ୍‌ ମନା

ଲ୍ୟାଣ୍ଡର ବିକ୍ରମକୁ ଅଲବିଦା, ଗଗନୟାନ ଉପରେ ପ୍ରାଥମିକତା ଦେଲା ଇସ୍ରୋ