ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହେଇଛି । ଉଭୟ ସୁସ୍ଥ ଅଛନ୍ତି ବୋଲି ଏମ୍ସ କତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଶିଶୁ ଦ୍ୱୟଙ୍କ ଯୋଡା ମୁଣ୍ଡକୁ ଅଲଗା କରିବା ପାଇଁ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ହେବ । ଦେଢମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ।

୪୦ ଜଣିଆ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯେପରିକି ନ୍ୟୁରୋ ସର୍ଜନ, ପ୍ଳାଷ୍ଟିକ୍ ସର୍ଜନ, କାର୍ଡିଆକ୍, ପେଡିଆଟ୍ରିକ୍ସ ବିଭାଗର ଡାକ୍ତରଙ୍କ ମିଳିତ ଗୋଷ୍ଠୀ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ରେ ଦୁଇ ଭାଇଙ୍କ ମୁଣ୍ଡ ପରସ୍ପର ଠାରୁ ଅଲଗା କରାଯିବ । ଓଡିଆ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱ ଡାକ୍ତରମାନେ ଜଗା ବଳିଆଙ୍କୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ପ୍ରତିଶତ ଅସ୍ତ୍ରୋପଚାର କରାଯାଇଛି ।

ବହୁ ସ୍ଥାନରେ ଏହି ଦୁଇ ଭାଇଙ୍କ ସଫଳ ଚିକିସ୍ଛା କାମନା କରି ପୂଜାଅର୍ଚନା ଚାଲିଛି । ଯୋଡାମୁଣ୍ଡ ଶିଶୁ ଜଗାକାଳିଆଙ୍କ ଯଥାଶୀଘ୍ର ଆରୋଗ୍ୟ କାମନା କରିଛି ସମଗ୍ର ଓଡିଶା । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଭୟ ଶିଶୁଙ୍କ ଆରୋଗ୍ୟ କାମନା କରି ଏକ ବାଲୁକା ଶିଳ୍ପ ପ୍ରସ୍ତୁତ କରିଛନ୍ତି ।

Related posts

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ