କମେଡି ଫିଲ୍ମରେ ନଜର ଆସିବେ କରନ ଜୋହାର

ପ୍ରଥମ ହିନ୍ଦୀ ଥ୍ରି-ଡ଼ି କମେଡ଼ି ଫିଲ୍ମ ଥିଲା ‘ଛୋଟା ଚେତନ୍‌’। ହେଲେ ଏବେ ଏକ କମେଡ଼ି ସିନେମା ଏହି ଥ୍ରି-ଡ଼ି ଫର୍ମାଟ୍‌ରେ ନିର୍ମିତ ହୋଇଛି।ଏହି ସିନେମାର ଟାଇଟଲ୍‌ ହେଲା ‘ଓ୍ଵଲକମ୍‌ ଟୁ ନ୍ୟୁୟର୍କ’।ଏଥିରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କୁ ପୁଣି ଅଭିନେତା ଭାବେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ଡ଼ବଲ୍‌ ରୋଲରେ ନଜର ଆସିବେ।

ଏହି ସିନେମାରେ ଏକ ସଙ୍ଗେ ଅନେକ ବଲିଉଡ଼୍‍ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହାର କ୍ଲାଇମାକ୍‌ସ ସିନରେ ସଲମାନ୍‌ ଖାନ୍‌ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଏମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା,ଦଲ୍‌ଜୀତ୍‌ ଦୋସାଁଝା,ଲାରା ଦତ୍ତ,ରାଣା ଦଗ୍ଗୁବତୀ,ବୋମନ୍‌ ଇରାନୀ ଓ ରିତେଶ ଦେଶମୁଖଙ୍କ ପରି ଲୋକପ୍ରିୟ କଳାକାର ବି ଅଭିନୟ କରିଛନ୍ତି ଏହି ସିନେମା ରେ। ବେଶ୍‌ କିଛି ଦିନପରେ ସୋନାକ୍ଷୀଙ୍କୁ କମେଡି କରିବାର ସୁଯୋଗ ମିଳିଛି ଏହି ସିନେମାରେ।ଏଥିରେ ଜବରଦସ୍ତ କମେଡି ଥିବା କୁହାଯାଉଛି।

ନିକଟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର୍‌ ରିଲିଜ୍‌ ହୋଇଛି।ପୂଜା ଏଣ୍ଟରଟେନ୍‌ମେଣ୍ଟ୍‌ ବ୍ୟାନରରେ ନିର୍ମିତ ଏହି କାମେଡି ଫିଲ୍ମ (ଥ୍ରି-ଡ଼ି) ‘ଓ୍ଵଲ୍‌କମ୍‌ ଟୁ ନ୍ୟୁୟର୍କ’ ଆଗାମୀ ଫେବୃଆରି ୨୩ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚକରୀ ତୋ ଲେତି,ଯିଏ କି ଦକ୍ଷିଣ ଭାରତୀୟ ସିନେମା ନିର୍ମାଣ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମର କାହାଣୀ ଆଇଫା ଆଓ୍ଵାର୍ଡ଼ସ ଉପରେ ଆଧାରିତ।ପ୍ରଥମେ ଏହାର ଟାଇଟଲ୍‌ ରଖାଯାଇଥିଲା‘ବୁମ୍‌ ବୁମ୍‌ ଇନ୍‌ ନ୍ୟୁୟର୍କ’,କିନ୍ତୁ ପରେ ‘ଓ୍ଵଲ୍‌କମ୍‌ ଟୁ ନ୍ୟୁୟର୍କ’ ହେଲା।


ପଢନ୍ତୁ;

ଗରମ ପାଣି ପିଇବା ଦ୍ଵାରା କ’ଣ ହୁଏ ?ଆସନ୍ତୁ ଜାଣିବା ଏହାର ୫ଟି ଉପକାରିତା

Related posts

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା