ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାଟ୍ରିନାଙ୍କ ଭଉଣୀ ଇସାବେଲ୍‌

ସୂରଜ ପାଞ୍ଚୋଲିଙ୍କ ସହ ଡେବ୍ୟୁ କରିବେ ଇସାବେଲ୍‌

ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ କ୍ୟାଟ୍ରିନା କୈଫ୍‌ଙ୍କ ସାନ ଭଉଣୀ ଇସାବେଲ୍‌ ଏବେ ପ୍ରସ୍ତୁତ। ପ୍ରଥମ ଥର ପାଇଁ ବଲିଉଡ୍‌ ସହ ଯୋଡ଼ି ହେବାକୁ ଯାଉଛନ୍ତି । ଇସାବେଲ୍‌ ନିକଟରେ ଏକ ସାକ୍ଷାତ୍‌କାର ଜରିଆରେ କହିଛନ୍ତି, ‘ମୁଁ ବୁଲିବା ପାଇଁ ମୁମ୍ବାଇ ଆସିଥିଲି। ଏଠାରେ ଆସି ଜାଣିବାକୁ ପାଇଲି ଯେ ଟି ସିରିଜ୍‌ ନିଜର ଏକ ଚଳଚ୍ଚିତ୍ର ପାଇଁ ଜଣେ ନବାଗତାଙ୍କୁ ଖୋଜୁଛି। ଏକଥା ଜାଣିବା ପରେ ମୁଁ ତାଙ୍କୁ ନିମନ୍ତ୍ରଣ କଲି ଥରେ ଆସି ମୋ ସୁଟ୍‌ ଦେଖିବା ପାଇଁ। ପ୍ରଯୋଜକଙ୍କୁ ମୁଁ ପସନ୍ଦ ଆସିଲି ଏବଂ ‘ଟାଇମ୍‌ ଟୁ ଡ୍ୟାନ୍ସ’ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଲି।

ଇସାବେଲ୍‌ ବଲିଉଡ୍‌ର ‘ଟାଇମ୍‌ ଟୁ ଡ୍ୟାନ୍ସ’ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ। ଏଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ ଏବଂ ତାଙ୍କ ବିପକ୍ଷରେ ଅଭିନୟ କରିବେ ସୂରଜ ପାଞ୍ଚୋଲି। ଏଠାରେ ଜଣାଇ ଦେଉଛୁ ଯେ ୨୦୧୫ ମସିହାରୁ ସୂରଜ ତାଙ୍କର ଡେବ୍ୟୁ କରି ସାରିଛନ୍ତି। ପ୍ରଥମ ଥର ପାଇଁ ବଲିଉଡ୍‌ ସହ ଯୋଡ଼ି ହେବାକୁ ଯାଉଥିବା ଇସାବେଲ୍‌ ସୁଟିଂ ସେଟ୍‌ରେ ନାନା ନଖରା ଦେଖାଇ ଚର୍ଚ୍ଚାରେ ରହି ସାରିଛନ୍ତି ।

ପଢନ୍ତୁ ;

ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବିଜେଡିର ରେଳରୋକ୍ : ଓଡ଼ିଶାକୁ ୫,୨୫୨ କୋଟି

Related posts

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

ବୃଦ୍ଧାଶ୍ରମରେରେ ଜନ୍ମଦିନ ପାଳିଲେ ଆକାଶ

ବିଗ୍‌ ବସ୍‌ ୧୨ରେ ବଡ ଖୁଲାସା: ୩୭ ବର୍ଷ ସାନ ଝିଅଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା