ଦୀପାବଳିରେ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ମିଳିବ ଶୁଭଫଳ

ଆଗକୁ ଆସୁଛି ଦୀପାବଳି। ଦୀପାବଳି ଏମିତି ଏକ ପବିତ୍ର ମୁହୂର୍ତ୍ତ ଯେଉଁ ସମୟରେ ଆପଣ ଯଦି ତଳେ ଦିଆଯାଇଥିବା ଜିନିଷଗୁଡ଼ିକ ଘରକୁ ଆଣନ୍ତି ତାହେଲେ ଆପଣଙ୍କୁ କେବେହେଲେ ଅର୍ଥ କଷ୍ଟ ହେବନାହିଁ । ସମଗ୍ର ଜୀବନ ଆପଣ ଧନଧାନ୍ୟରେ ପ୍ରାପ୍ତି କରି ସୁଖୀ ଜୀବନ ନିର୍ବାହ କରିପାରିବେ। ଆମ ଶାସ୍ତ୍ରମାନଙ୍କରେ ଏଭଳି କିଛି ଧନ ଆକର୍ଷଣକାରୀ ଜିନିଷ ସମ୍ପର୍କରେ ସୂଚନା ଦିଆଯାଇଛି ଯାହା ପ୍ରବଳ ଧନ ଆକର୍ଷଣ କରିପାରେ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଦୀପାବଳି ଦିନ ପ୍ରତ୍ୟୁଷରୁ ୩ଟି ଗୋମତିଚକ୍ରର ଚୁର୍ଣ ଘରର ସମ୍ମୁଖ ଭାଗରେ ବିଛୁରିତ କଲେ ଦୁର୍ଭାଗ୍ୟର ବିନାଶ ହୋଇ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ୫ଟି ଗୋମତିଚକ୍ର ବା କଳା ହଳଦୀ ରୂପ ଟଙ୍କା ସହ ଏକ ହଳଦିଆ ବସ୍ତ୍ରରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ।

  • ଦୀପାବଳି ରାତିରେ ଏକ ରୋପ୍ୟ ଡବାରେ ନାଗକେଶରକୁ ମହ୍ଵ ସହ ମିଶାଇ ରଖିବା ସହ ଏହାକୁ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ।
  • ଦୀପାବଳି ରାତିରେ ପଦ୍ମ ଫଳକୁ ନିଜ ଟଙ୍କା ବାକ୍ସ ମଧ୍ୟରେ ରଖିଲେ ପ୍ରବଳ ଧନଲାଭ ହୋଇଥାଏ। ପଦ୍ମଫଳର ମାଳକୁ ଦୀପାବଳି ରାତିରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ପ୍ରବଳ ଧନାଗମ ହୋଇଥାଏ।
  • ଦୀପାବଳି ରାତିରେ କଳା ହଳଦୀକୁ ରୂପ ଟଙ୍କା ସହ ହଳଦିଆ କପଡାରେ ବାନ୍ଧି ନିଜ ଟଙ୍କା ବାକ୍ସରେ ରଖିଲେ ଧନଲାଭ ହୋଇଥାଏ ବୋଲି ଜ୍ୟୋତିର୍ବିଦ ପଣ୍ଡିତ ହେମନ୍ତ ରିଛାରିଆ କହିଛନ୍ତି।
  • ଏକାକ୍ଷୀ ନାରିକେଳକୁ ଲକ୍ଷ୍ମୀଙ୍କ ସାକ୍ଷାତ ସ୍ୱରୂପ ବୋଲି ବିଚାର କରାଯାଏ। ଦୀପାବଳି ରାତିରେ ଏକାକ୍ଷୀ ନାରିକେଳକୁ ବିଧି ଅନୁସାରେ ପୂଜାକରି ଠାକୁରଘର ବା ଟ୍ରେଜେରି ମଧ୍ୟରେ ରଖାଯାଏ ତାହେଲେ ବର୍ଷସାରା ଧନଲାଭ ହୋଇଥାଏ।

ପଢନ୍ତୁ;୫୩ ବର୍ଷ ବୟସରେ ପାଦ ରଖିଲେ ବଲିଉଡ୍‌ ବାଦସାହା କିଙ୍ଗ୍‌ ଖାନ୍‌

Related posts

ରାତିରେ ଅଇଁଠା ବାସନ ନ ଧୋଇ ରଖୁଛନ୍ତି କି? ଜାଣନ୍ତୁ ଏହାର ପରିଣାମ

ମାର୍ଗଶୀର ମାସରେ କେଉଁ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ଜାଣନ୍ତୁ?

ହାତରେ ସୂତ୍ର ବାନ୍ଧିବା ଦ୍ଵାରା ମିଳିଥାଏ ଏହି ସବୁ ଫାଇଦା ! ଜାଣନ୍ତୁ