ବଦଳୁଥିବା ପାଗ ସହ ନିଜକୁ ରଖନ୍ତୁ ଫିଟ୍ ! ଆସନ୍ତୁ ଜାଣିବା କିଛି ଟିପ୍ସ

କିଛିଦିନ ହେବ ପାଗରେ ଖୁବ ପରିବର୍ତ୍ତନ  ଦେଖିବାକୁ ମିଳୁଛି  । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ  ପ୍ରବଳ ରୁ ପ୍ରବଳ ଶୀତ ହେବାର  ଲାଗିଛି  । ପାଗ ଏଭଳି ବାରମ୍ବାର ବଦଳିବା ସାଧାରଣ ଜନଜୀବନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି  । ବଦଳୁଥିବା ପାଗ ନିଜ ସହ ରୋଗକୁ ଆମନ୍ତ୍ରଣ କରିଥାଏ  । ଯେପରି ଥଣ୍ଡା, କାଶ, ଛିଙ୍କ, ଜ୍ୱର, ଆଖିରେ ଜ୍ୱଳନ ଓ ଛାତି ବିନ୍ଧିବା ଇତ୍ୟାଦି  । ଏହିପରି ସମୟରେ  ଆପଣ ସୁସ୍ଥକର ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଦ୍ୱାରା ସମସ୍ୟାରୁ ଦୂରରେ ରହିପାରିବେ  । ସେଥିପାଇଁ  ଆସନ୍ତୁ ଜାଣିବା କିଛି ଟିପ୍ସ;

-ଆମ ଶରୀର ପାଇଁ ସୁଖନିଦ୍ରା ଖୁବ ଆବଶ୍ୟକ  । ନିଦ କମ ହେବା କାରଣରୁ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ  ।

-ଏହିପରି ପାଗରେ ସକାଳ ଓ ସନ୍ଧ୍ୟାରେ ହାଲକା ଗରମ ପୋଷାକ ପିନ୍ଧନ୍ତୁ  । ଯାହାଦ୍ୱାରା ସେହି ସମୟରେ ହେଉଥିବା ଥଣ୍ଡାରୁ ଆପଣ ମୁକ୍ତ ରହିପାରିବେ ।

-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ  । ଏହାଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ ।

-ମାନସିକ ଦୁଶ୍ଚିନ୍ତା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ  । ଏହାଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇଥାଏ  । ପ୍ରାତଃ ଭ୍ରମଣ ସହିତ ଯୋଗ ମଧ୍ୟ ଶରୀର ପାଇଁ ଖୁବ ଲାଭଦାୟକ  ।

-ଭିଡ ଥିବା ସ୍ଥାନରେ ନାକ ଓ ମୁହଁକୁ ଘୋଡାଇ ରଖନ୍ତୁ  । ଏହାଦ୍ୱାରା ଆପଣ ଅନେକ ପ୍ରକାର ରୋଗରୁ ଦୂରରେ ରହିବେ ।

ପଢନ୍ତୁ ;

ପ୍ରତ୍ୟେକ କ୍ଷେତ୍ରରେ ନମସ୍କାର କରିବା ଗ୍ରହଣୀୟ ହୋଇନଥାଏ । ତେବେ ଜାଣିରଖନ୍ତୁ କେଉଁମାନଙ୍କୁ ନମସ୍କାର କରିବା ଅନୁଚିତ

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ