ଅକ୍ଷୟଙ୍କ ସହ ରୋମାନସ୍ କରିବେ କ୍ରିତି ସାନନ
ବଲିଉଡ୍ର ହଟ୍ ହିରୋଇନ୍ କ୍ରିତି ସାନନ । ସାଜିଦ୍ ନାଡିଆଓ୍ଵାଲାଙ୍କ ପ୍ରଯୋଜିତ ତଥା ଶବୀର ଖାନ୍ଙ୍କ ନିର୍ଦ୍ଦେଶିତ ହିଟ୍ ଫିଲ୍ମ ‘ ହିରୋପନ୍ତି’ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଥିଲେ କ୍ରିତି ସାନନ । ଏଥିରେ ତାଙ୍କର ହିରୋ ବନିଥିଲେ ଜ୍ୟାକି ଶ୍ରଫ୍ଙ୍କ ପୁତ୍ର ଟାଇଗର୍ ଶ୍ରଫ । ଏବେ ଶୁଣିବାକୁ ମିଳୁଛି କି କ୍ରିତିଙ୍କୁ ଏକ ବଡ଼ ସିନେମା ମିଳିଛି । ଏହା ହେଲା ‘ ହାଉସଫୁଲ୍ –୪’ ।
‘ ହାଉସଫୁଲ୍ –୪’ ସିନେମାରେ କ୍ରିତିଙ୍କ ହିରୋ ହେବେ ଅକ୍ଷୟ କୁମାର । ଏଥିରେ ପ୍ରଥମ ଥର ଲାଗି ଅକ୍ଷୟ-କ୍ରିତିଙ୍କ ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ନିର୍ଦ୍ଦେଶକ ହେଲେ ସାଜିଦ୍ ଖାନ୍ । ଏହି ସିନେମାରେ ଅକ୍ଷୟଙ୍କ ସହ ରୋମାନସ୍ କରିବେ କ୍ରିତି ସାନନ ।
ହିରୋପନ୍ତି ସିନେମା ପରେ କ୍ରିତି ସାନନ ଦିଲଓ୍ଵାଲେ, ରାବତା , ବରେଲି କି ବରଫି ଆଦି ସିନେମା କରିଛନ୍ତି ।ରାବତା ସିନେମାରେ କ୍ରିତିଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ସୁଶାନ୍ତ ସିଂ ରାଜପୁତଙ୍କ ସହ ।
ସୁଶାନ୍ତ ସିଂ ରାଜପୁତଙ୍କ ସହିତ କ୍ରିତି ଛୁଟି ବିତାଇବା ଲାଗି ବିଦେଶକୁ ଯିବା ପରେ ଆଫେଆର ପ୍ରସଙ୍ଗଟା ପକ୍କା ବୋଲି ଧରି ନିଆଗଲା । ଏ ସଂପର୍କରେ ଆଦୌ କ୍ରିତି କେବେ ବି ମୁହଁ ଖୋଲୁ ନ ଥିଲେ ।
ଏବେ ସେ ଏ ସଂପର୍କରେ ପ୍ରତିକ୍ରିୟା ରଖଥିଲେ ବେଶ କିଛି ଦିନପରେ । କ୍ରିତି କହିଥିଲେ ଯେ ବଲିଉଡ୍ରେ କୋ-ଷ୍ଟାର୍ଙ୍କ ସହ ଲିଙ୍କ ଅପ୍ର ଖବର ଦେହ ସୁହା ହୋଇ ଗଲାଣି । ଏହା ସେମାନଙ୍କର ପର୍ସନାଲ ବା ପ୍ରଫେସନାଲ ଲାଇଫ୍ ଉପରେ କିଛି ପ୍ରଭାବ ପକାଇବା ନାହିଁ ବୋଲି ମଧ୍ୟ କହିଥିଲେ । ସୁଶାନ୍ତଙ୍କ ସହ ତାଙ୍କର ସଂପର୍କ କ’ଣ ତାହା ନିଶ୍ଚିତ ରୂପେ ସମସ୍ତେ ଜାଣିବେ ବୋଲି କହିଛନ୍ତି କ୍ରିତି ।
ପଢନ୍ତୁ ;