ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

Untitled 1

ଦେବ ଦେଵ ମହାଦେବ  ସବୁ ଦେବତାଙ୍କ ମଧ୍ୟରେ ଶ୍ରେଷ୍ଠ ମାନା ଯାଏ, ଆଉ ତାଙ୍କର ଭକ୍ତି କରିବା ଲୋକବି ଦୁନିଆରେ ଅଭାବ ନାହିଁ । ଅଧିକାଂଶ ଲୋକ ଭଗବାନ ଭୋଲେନାଥ ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରି ଥାନ୍ତି ଆଉ ତାଙ୍କର ପୂଜା ଅର୍ଚ୍ଚନାରେ ଲିନ ରହିଥାନ୍ତି । ସବୁ ଭକ୍ତ ଏହା ଚାହିଁ ଥାନ୍ତି ଯେ ଶିବ ଶଙ୍କର ତାଙ୍କର ଭକ୍ତିରେ ଜଳଦି ପ୍ରସନ୍ନ ହୋଇଯାଆନ୍ତୁ ତାଙ୍କର ଆଶୀର୍ବାଦ ସବୁବେଳେ ତାଙ୍କ ଉପରେ ଲାଗିରହୁ । ଅଧିକାଂଶ ଲୋକେ ତାଙ୍କ ଜୀବନର ସମସ୍ୟା କଠିନତା ଦୂର କରିବା ପାଇଁ ଭଗବାନ ଭୋଲେନାଥ ଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ଏମିତି କୁହା ଯାଏ ଯେ ଯାହାର ଭକ୍ତିରେ ଭଗବାନ ସନ୍ତୁଷ୍ଟ ହୋଇ ଯାଆନ୍ତି ତାର ଜୀବନରେ ଥିବା ସବୁ ଦୁଃଖ ସମସ୍ୟା ଦୂର ହୋଇଯାଇଥାଏ ।

୧) ଯଦି ଆପଣ ଚାହାନ୍ତି ଯେ ଆପଣଙ୍କର ଅଧୁରା ମନସ୍କାମନା ଜଳଦି ପୁରା ହେଉ ତେବେ ଏଥିପାଇଁ ଆପଣ ଶ୍ରାବଣ ମାସରେ ପ୍ରତି ଦିନ ନିୟମିତ ଭାବରେ ଭଗବାନ ଭୋଲେନାଥ ଙ୍କୁ ୨୧ଟି ବେଲ ପତ୍ର ଉପରେ ଚନ୍ଦନ ରେ ‘ ଓଁ ନମଃ ଶିବାୟ ‘ ଲେଖି ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ।

୨) ଯଦି କାହାରି ବିବାହରେ କୌଣସି ପ୍ରକାରର ସମସ୍ୟା ବା ବାଧା ଆସୁ ଅଛି ତେବେ ଏସବୁକୁ ଦୂର କରିବା ପାଇଁ ଶ୍ରାବଣ ମାସରେ ପ୍ରତି ଦିନ ଶିବ ଲିଙ୍ଗ ଉପରେ କେଶର ମିଶା କ୍ଷୀର ଅର୍ପିତ କରନ୍ତୁ , ଏହା ଦ୍ୱାରା ବିବାହରେ ଆସୁ ଥିବା ସମସ୍ୟା ସବୁ ଦୂର ହୋଇ ଯିବ ।

୩) ଯଦି ଆପଣ ଶ୍ରାବଣ ମାସରେ ପ୍ରତି ଦିନ ନିୟମିତ ଭାବରେ ନିର୍ଦ୍ଧନ ଲୋକଙ୍କୁ ଖାଦ୍ୟ ଖୁଆନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ । ଏହା ଛଡା ଆପଣଙ୍କର ପିତୃ ପୁରୁଷଙ୍କୁ ଶାନ୍ତି ମିଳିବ ।

 

୪) ଆପଣ ଏହି ଶ୍ରାବଣ ମାସରେ ମାଛ ମାନଙ୍କୁ ଅଟା ଗୁଳି କରି ଖୁଆଇବେ ତେବେ ଏହା ଦ୍ୱାରା ଧନ ଲାଭ ହୋଇ ଥାଏ । ଯେବେ ଆପଣ ମାଛ ମାନଙ୍କୁ ଅଟା ଗୁଳି ଖୁଆଇବେ ସେ ସମୟରେ ମନରେ ମନରେ ଭଗବାନ ଶିବଙ୍କର ଧ୍ୟାନ ନିଶ୍ଚିତ କରନ୍ତୁ ।

ପଢନ୍ତୁ: ଉପହାର ସମ୍ପର୍କକୁ ମଧୁର କରେ ମାତ୍ର କିଛି ଉପହାର ସମ୍ପର୍କରେ ଆଣିପାରେ ତିକ୍ତତା, ଜାଣନ୍ତୁ ସେ ସମ୍ପର୍କରେ

Related posts

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ

ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଜାଣନ୍ତୁ ରାଶି ସମ୍ପର୍କରେ