ବାସ୍ତୁ ଅନୁସାରେ ଜାଣନ୍ତୁ ଦାନର ତିନୋଟି ବିଧି

ହିନ୍ଦୁ ଧର୍ମଶାସ୍ତ୍ରରେ  ଦାନ କରିବାକୁ ଶୁଭ ବୋଲି କୁହାଯାଇଥାଏ। ଦାନ କଲେ ପୁଣ୍ୟ  ପ୍ରାପ୍ତି ହୋଇଥାଏ ବୋଲି ମତ ରହିଛି। ତେବେ ଦାନର ଶୁଭଫଳ ବିଷୟରେ ଆପଣଙ୍କୁ କିଛି ନା କିଛି ଜଣାଥିବ। କିନ୍ତୁ ଆପଣ ହୁଏତ ଏହାର କ୍ଷତି ବିଷୟରେ ଅବଗତ ନଥିବେ। ଆସନ୍ତୁ ଜାଣିବା କେଉଁ ଉପାୟରେ ଦାନ କଲେ ସୁଖ ସମୃଦ୍ଧି  ପ୍ରାପ୍ତ ହୋଇଥାଏ ଓ କିପରି ଦାନ କଲେ ହୋଇଥାଏ ଅଧୋପତି ।

୧) ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବାର କେତୋଟି ନିୟମ ରହିଛି। ସର୍ବପ୍ରଥମେ ଦାନ କୁଣ୍ଡଳୀରୁ ଦୋଷ  କାଟିବା ପାଇଁ କରାଯାଇଥାଏ। ଏହାର ଅର୍ଥ ଆପଣଙ୍କ କୁଣ୍ଡଳୀରେ ଯେଉଁ ଗ୍ରହ ଖରାପ ସ୍ଥିତିରେ ରହିଛି, ତାହାକୁ ଶାନ୍ତ କରିବା ପାଇଁ ଦାନ କରାଯାଇଥାଏ।

୨) ଦ୍ବିତୀୟରେ ବ୍ରତ ଉପବାସ  ପରେ ଭୋଜନ ଓ ବସ୍ତ୍ରର ଦାନ କରାଯାଇଥାଏ। ଏହାପରେ ଦାନ କଲେ ଆପଣଙ୍କ ବ୍ରତ ସଫଳ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

୩) ତୃତୀୟରେ  କୌଣସି ଶପଥ କିମ୍ୱା ପ୍ରତିଜ୍ଞା  ନେବା ସମୟରେ କାର୍ଯ୍ୟ ସଫଳ ହେବା ପାଇଁ ଦାନ କରାଯାଇଥାଏ।

ବିଭିନ୍ନ କାର୍ଯ୍ୟର ସଫଳତା ପାଇଁ ଭିନ୍ନ ଭିନ୍ନ ବସ୍ତୁ ଦାନ କରାଯାଇଥାଏ। କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀରେ ଗ୍ରହର ଦଶା ଠିକ୍‌ ଅଛି, ତେବେ ଦାନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।

ପଢନ୍ତୁ: ଘରକୁ ନେଇ ଆସନ୍ତୁ ଏହି ତିନୋଟି ଜିନିଷ: ଟଙ୍କାର ଅଭାବ ରହିବ ନାହିଁ

Related posts

ସୂର୍ଯ୍ୟ ସକଳ ଶକ୍ତିର ଆଧାର, ଜାଣନ୍ତୁ ସୂର୍ଯ୍ୟଙ୍କୁ ନେଇ କିଛି ବାସ୍ତୁ ଟିପ୍ସ

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ