କପାଳ ଦେଖି ଜାଣନ୍ତୁ ବ୍ୟକ୍ତିର ଜୀବନ ସହ ଜଡିତ ସମସ୍ତ କଥା ସମ୍ପର୍କରେ !

ନିଜ ଭବିଷ୍ୟତ କଥା ଜାଣିବାକୁ ଆମେ ସାଧାରଣତଃ ଜ୍ୟୋତିଷଙ୍କ ପାଖକୁ ଯାଇଥାଉ। ସେ ଆମ କପାଳ ଏବଂ ହାତ ଦେଖି ଆମ ଆଗତ ଭବିଷ୍ୟତ କଥା କହିଥାନ୍ତି। ସମୁଦ୍ରଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ କପାଳରେ ତାଙ୍କ ଜୀବନ ସହ ଜଡିତ ସମସ୍ତ କଥା ଲେଖାଯାଇଥାଏ।ଭଗବାନ ଶିବଙ୍କ ପୁତ୍ର କୁମାର କାର୍ତ୍ତିକଙ୍କ ଦ୍ୱାରା ଲିଖିତ ସମୁଦ୍ରଶାସ୍ତ୍ରରେ ରହିଛି ଯେ, କପାଳରେ ଥିବା ରେଖାକୁ ଦେଖି ଆପଣ ଜାଣିପାରିବେ କିଏ ଜ୍ଞାନୀ ହେବ ଆଉ କିଏ ଧନୀ ତ ପୁଣି କିଏ ହେବ ଗରିବ ସଂପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ।

ଆସନ୍ତୁ ଜାଣିବା କପାଳଦେଖି କିପରି ଜାଣିବେ ବେକ୍ତିର ବେକ୍ତିତ୍ଵ-

  • ଯେଉଁ ବ୍ୟକ୍ତିଙ୍କ କପାଳ ଚିକ୍କଣ ହୋଇଥାଏ । ସେଭଳି ବ୍ୟକ୍ତି ପ୍ରଭାବଶାଳୀ ଓ ଗୁଣବାନ ହୋଇଥାନ୍ତି । ଏଭଳି ବ୍ୟକ୍ତି ନିଜର ଅବୈଧ୍ୟ ପ୍ରତିଭା ଏବଂ ଜ୍ଞାନ ବଳରେ ଧନ ସମ୍ପତି ଲାଭ କରିଥାନ୍ତି। ଏଥିସହ ଏଭଳି ବ୍ୟକ୍ତି ଅତ୍ୟନ୍ତ ସ୍ୱାଭୀମାନ ମଧ୍ୟ ହୋଇଥାନ୍ତି ।
  • କପାଳରେ ଥିବା ରେଖାଗୁଡିକ ଯାହାର ଗହୀରତା ଓ ଅତୁଟ ହୋଇଥାଏ ସେଭଳିି ବ୍ୟକ୍ତି ଦୀର୍ଘ ସମୟ ଯାଏଁ ଜୀବିତ ରହିଥାନ୍ତି । ଏଭଳି ବ୍ୟକ୍ତି ସାଧାରଣତଃ ଦାର୍ଶନିକ ଓ ଗଭୀର ବୁଝାସୁଝା ରଖୁଥିବା ବ୍ୟକ୍ତି ହୋଇଥାନ୍ତି ।
  • ସମୁଦ୍ରଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକଙ୍କ ମୁଣ୍ଡ ବା କପାଳ ବହୁତ ବଡ ହୋଇଥାଏ । ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏଥିସହ ଅତ୍ୟନ୍ତ ବିଚକ୍ଷଣ ହେବା ସହ ଅନେକ ବିଷୟରେ ଜ୍ଞାନ ଲାଭ କରିଥାନ୍ତି।
  • ଯେଉଁ ବ୍ୟକ୍ତିଙ୍କ କପାଳ ବାହାରକୁ ଅଧିକ ଗୋଜିଆ ହୋଇ ଦେଖା ଯାଇଥାଏ । ସେଭଳି ବ୍ୟକ୍ତିଙ୍କଠାରେ ଲୋଭ ପ୍ରବୃତି ଅଧିକ ଥାଏ ଅର୍ଥାତ୍ ଅଧିକ ଧନ ଲାଭ କରିବାକୁ ସବୁବେଳେ ମନ ବଳେଇଥାନ୍ତି । ଖାଲି ସେତିକି ନୁହେଁ ଅନ୍ୟର ଉନ୍ନତି ଦେଖି ସହି ପାରନ୍ତି ନାହିଁ । ସବୁବେଳେ ପର ଧନ ଉପରେ ତାଙ୍କର ନଜର ଥାଏ।

ପଢନ୍ତୁ;

ସୋସିଆଲ ମିଡିଆରେ ଦ୍ରାବିଡ଼ଙ୍କ ପ୍ରଂଶସା : ରାହୁଲଙ୍କୁ କରାଯାଉ ଦେଶର ପ୍ରଧାନମନ୍ତ୍ରୀ

Related posts

ଗୋରା ରଙ୍ଗ ପାଇଁ ଇଚ୍ଛୁକ କି? ଆପଣାନ୍ତୁ ସହଜ ଉପାୟ

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

ସିଝା ବାଦାମ୍ ଦିଏ ଅନେକ ରୋଗରୁ ମୁକ୍ତି, ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ