ଇତିହାସ ରଚିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି

ଇତିହାସ ରଚିଲେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଏକାସାଙ୍ଗରେ ଆଇସିସିର ୪ଟି ସମ୍ମାନଜନକ ପୁରସ୍କାର ଜିତିବାରେ କୋହଲି ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି । ଆଇସିସିର କିକ୍ରେଟର ଅଫ୍ ଦ ଇୟର, ୱାନଡେ ପ୍ଲେୟାର ଅଫ୍ ଦ ଇୟର ଓ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ କରାଯାଇଛି ।

କୋହଲି ପ୍ରଥମ ଭାରତୀୟ ତଥା ବିଶ୍ୱର ପ୍ରଥମ କ୍ରିକେଟର  ଯିଏ ଏକାସାଙ୍ଗରେ ୪ଟି ସମ୍ମାନଜନକ ପୁରସ୍କାର ଜିତିଲେ । ଏଥିସହ କୋହଲି ସାର ଗାରଫିଲ୍ଡ ସୋର୍ବସ ଟ୍ରଫି ମଧ୍ୟ ହାତେଇ ନେଇଛନ୍ତି । ଏହାପୂର୍ବରୁ ଏକାସାଙ୍ଗରେ ଆଇସିସିର ୪ଟି ସମ୍ମାନଜନକ ପୁରସ୍କାର କେହି ମଧ୍ୟ ପାଇନଥିଲେ । କୋହଲିଙ୍କ ପାଇଁ ଏହା ଏକ ବଡ ଉପଲବ୍ଧି । କୋହଲିଙ୍କ ଏହି ସଫଳତା ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଆଣିଛି ।

ଭାରତୀୟ ଅଧିନାୟକ କୋହଲି ୨୦୧୬ ଡିସେମ୍ବର ୨୧ ରୁ ୨୦୧୭ ପର୍ୟ୍ୟନ୍ତ ଟେଷ୍ଟରେ ୭୭.୮୦ ହାରରେ ୨୨୦୩ ରନ୍ କରିଛନ୍ତି। ଏଥିରେ ୮ ଶତକ ସାମିଲ ରହିଛି।  ଅନ୍ୟ ପଟେ ଦିନିକିଆରେ ମଧ୍ୟ ଗର୍ଜିଛି କୋହଲିଙ୍କ ବ୍ୟାଟ୍। ଏହି ଫର୍ମାଟରେ ସେ ୮୨.୬୩ ହାରରେ ୧୮୧୮ ରନ କରିଛନ୍ତି। ଟି-୨୦ରେ କୋହଲି ୧୫୩ ଷ୍ଟ୍ରାଇକ ରେଟରେ  ୨୯୯ ରନ କରିଛନ୍ତି।  ୨୦୧୭ ସେ ସବୁଠୁ ଅଧିକ ରନ କରିଥିବା ଖେଳାଳି  ହୋଇଛନ୍ତି। ଦ୍ଵିତୀୟ ଭାରତୀୟ ବ୍ୟାଟସମ୍ୟାନ ଭାବେ କୋହଲି ୨୦୧୭ ଆଇସିସି କ୍ରିକେଟ୍ ଅଫ ଦ ଇୟର ଆଓ୍ଵାର୍ଡ ପାଇଛନ୍ତି। ଅାଇସିସି ଟେଷ୍ଟ ଦଳରେ ଭାରତରୁ ତିନି  ଜଣ ଖେଳାଳିଙ୍କୁ ଜାଗା ମିଳିଥିବା ବେଳେ ଦିନିକିଅାରେ ମଧ୍ୟ ତିନି ଜଣ ଖେଳାଳିଙ୍କୁ ଜାଗା ମିଳିଛି।

ଗୋଟିଏ ସିଜିନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରିକେଟ ଖେଳାଳିଙ୍କୁ ଆଇସିସି ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରିଥାଏ । କୋହଲି ୨୧ ସେପ୍ଟେମ୍ବର ୨୦୧୬ରୁ ୨୧ ସେପ୍ଟେମ୍ବର ୨୦୧୭ ମଧ୍ୟରେ ନିଜର ଶ୍ରେଷ୍ଠ ପ୍ରର୍ଦଶନ କରିଛନ୍ତି । ଏପରିକି ଏହି ସିଜନରେ କୋହଲି ୭୭.୮୦ ଆଭରେଜରେ ୨୨୦୩ ରନ କରିଥିବା ବେଳେ ଏଥିରେ ୮ଟି ଶତକ ସାମିଲ ଅଛି । ଏହାଛଡା ଦିନିକିଆରେ ମଧ୍ୟ କୋହଲି ନିଜର ଦମଦାର ଇନିଂସ ବଳରେ ୮୨.୬୩ ଆଭରେଜରେ ୧୮୧୮ ହାସଲ କରିଛନ୍ତି । ଏଥିମଧ୍ୟରେ ୭ଟି ଶତକ ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ କୌଣସି ସିରିଜ ହାରିନାହିଁ ଭାରତ । ଯାହା କୋହଲିଙ୍କ ଦୃଢ ନେତୃତ୍ୱର ପ୍ରତିଫଳନ ।

ଲଗାତାର ଦୁଇବର୍ଷ ଧରି ଭାରତୀୟ କ୍ରିକେଟର ଆଇସିସି କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଛନ୍ତି । ଏହାପୂର୍ବରୁ ଭାରତୀୟ ସ୍ପିନର ଆର. ଅଶ୍ୱନୀ ପୂର୍ବବର୍ଷ କ୍ରିକେଟର ଅପ୍ ଦ ଇୟର ପୁରସ୍କାରରେ ସମ୍ମାନିତ ହୋଇଥିଲେ । ତେଣୁ ଲଗାତାର ଦୁଇ ବର୍ଷ ଧରି ଏହି ସମ୍ମାନଜନକ ପୁରସ୍କାର ଭାରତୀୟ କ୍ରିକେଟର ପାଉଥିବାରୁ ସେ ଖୁସି ବୋଲି କହିଛନ୍ତି କୋହଲି । ସେହିଭଳି ଯୁବ ଦ୍ରୁତ ବୋଲର ହାସନ ଅଲ୍ଲୀ ଇର୍ମଜିଙ୍ଗ ପ୍ଲେୟାର ଟ୍ରଫି ହାସଲ କରିଛନ୍ତି ।

ପଢନ୍ତୁ ;

ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନାହିଁ : ବିଜେଡି ପକ୍ଷରୁ ପ୍ରତିବାଦ

Related posts

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

ମହିଳା ଟି-୨୦ ବିଶ୍ଵକପ୍ : ସେମିରେ ଭାରତ

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ