ମୋଦି-ବିରୋଧୀ ମହାମେଳିରେ ଶପଥ ନେଲେ କୁମାରସ୍ୱାମୀ!

କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ସମାରୋହ ବାହାନାରେ ମୋଦି ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

ଗୋଟିଏ ମଞ୍ଚରେ ଏକାଠି ହେଲେ ସୋନିଆ, ରାହୁଲ, ମମତା, ମାୟାବତୀ, ଅଖିଳେଶ ଓ ଚନ୍ଦ୍ରବାବୁଙ୍କ ଭଳି ଡଜନେରୁ ଅଧିକ ତୁଙ୍ଗ ରାଜନେତା । ବାର୍ତ୍ତା ଦେଇଛନ୍ତି, ଏବେ ଏକାଠି ହେବାର ସମୟ। ଏହାରି ଭିତରେ ଏକ ଭବ୍ୟ ସମାରୋହରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏଚ୍.ଡି. କୁମାରସ୍ୱାମୀ। ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି କଂଗ୍ରେସର ଜି. ପରମେଶ୍ୱର।

ଏହି ଶପଥ ଗ୍ରହଣ ସମାରୋହ ପାଇଁ ଦେଶର ସବୁ ବିରୋଧୀ ନେତା ଏକାଠି ହୋଇଥିଲେ କେବଳ ନୁହେଁ , ୨୦୧୯ ଯୁଦ୍ଧ ପାଇଁ ବିରୋଧୀ ଦଳ ଏକତ୍ର ହେଉଛନ୍ତି ବୋଲି ଏକ ସ୍ପଷ୍ଟ ସନ୍ଦେଶ ମଧ୍ୟ ଯାଇଛି। ତେବେ ପ୍ରଶ୍ନ ଉଠୁଛି ଏହିଭଳି ବିରୋଧୀ ଏକତା ବାସ୍ତବରେ କାମ ଦେବ କି ଓ ୨୦୧୯ ପର୍ଯ୍ୟନ୍ତ ଏହି ମହାମିଳନ ତିଷ୍ଠି ରହିପାରିବ କି? କାରଣ କିଛି ଦିନ ତଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ନେତୃତ୍ୱରେ କଂଗ୍ରେସ ବ୍ୟତୀତ ସବୁ ବିରୋଧୀ ଦଳକୁ ନେଇ ଥାର୍ଡ ଫ୍ରଣ୍ଟ ଗଠନ କରିବା ପାଇଁ ଏକ ଉଦ୍ୟମ ଆରମ୍ଭ ହୋଇଥିଲା।

ଅତୀତରେ ମିଳିତ ବିରୋଧୀ ପ୍ରାର୍ଥୀ ଦେଇ ବିରୋଧୀ ଯେଉଁ ଫାଇଦା ଉଠାଇଛନ୍ତି ତାହାକୁ ଏବେ ପୁଣିଥରେ କାମରେ ଲଗାଇବା ପାଇଁ ଉଦ୍ୟମ ଜାରି ରହିବା ପୂରା ଦେଖାଯାଉଛି।ଜାତିଗତ ସମୀକରଣ ଓ ଭୋଟ ସେୟାରକୁ ନେଇ ମିଳିତ ପ୍ରାର୍ଥୀ ଛିଡ଼ା କରିବା ଆଗାମୀ ନିର୍ବାଚନରେ ଏକ ବଡ଼ ଘଟଣା ହେବାକୁ ଯାଉଛି।

ପଢନ୍ତୁ;ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

Related posts

ସରିଲା ବିଧାନସଭା ନିର୍ବାଚନ, ୧୧ରେ ଗଣତି

ପୁନେରୁ ଲଢିବେ ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା