କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ନାଟକ କରୁଛନ୍ତି ରାଜ୍ୟ ସରକାର – ମନ୍ତ୍ରୀ ଜୁଏଲ ଓରାମ

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦିନକ ପରେ ଦିନ ଗଡିଚାଲିଛି । ତଦନ୍ତରେ ଜୋର ନାହିଂ କି ମିଳିପାରୁନି ସେମିତି କିଛି ବିଶେଷ ତଥ୍ୟ । ଅନ୍ୟ କିଛି ହଉ ନହଉ ହେଲେ ରାଜନୀତି ସରଗରମ ହେବାରେ ଲାଗିଛି। ସବୁଦିନ କୌଣସି ନା କୌଣସି ଦଳର କେହି ନା କେହି ନେତା, ଏ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି, ନହେଲେ ସରକାରଙ୍କୁ ଭର୍ତ୍ସନା କରୁଛନ୍ତି । ପୁଲିସ କହିବା ଅନୁସାରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହେଇନି, ଏଣେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

ଆଜି ଏହି ତାଲିକାଲେ ଯୋଡ଼ି ହୋଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ। ଏହି ମାମଲାରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି- “ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ସରକାର ନାଟକବାଜି କରୁଛନ୍ତି। ଏହି ଘଟଣାରେ ସରକାରୀ ଦଳର କେହି ସମ୍ପୃକ୍ତ ଥିବାରୁ ଏଭଳି ନାଟକ କରୁଛନ୍ତି ରାଜ୍ୟ ସରକାର ବୋଲି ଜୁଏଲ କହିଛନ୍ତି । ଏସବୁ ବନ୍ଦ ନ ହେଲେ ଅଞ୍ଚଳବାସୀ ତାଙ୍କୁ କଡ଼ା ଜବାବ ଦେବେ।”

ଜୁଏଲ କହିଛନ୍ତି- “ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରୁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବାର ଥିଲା।  ପୂର୍ବରୁ କାହିଁକି ଏହି ପକ୍ଷକ୍ଷେପ ନେଲେ ନାହିଁ? ସରକାର ଏହି ଘଟଣାକୁ ନେଇ ପ୍ରହସନ କରୁଛନ୍ତି। ବୋଧ ହୁଏ ଶାସକ ଦଳ ଲୋକେ ଏଥିରେ ସାମିଲ ଅଛନ୍ତି। ସେଥିପାଇଁ  ସରକାର ଏହି ଘଟଣାକୁ ରାଜନୀତିକରଣ କରୁଛନ୍ତି।”

ସେପଟେ କୁନ୍ଦୁଲି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ । ତଦନ୍ତ ପରେ ଜଣା ପଡିବ ଏହି ସମ୍ବେଦନଶୀଳ ଘଟଣାରେ କାହାର ସମ୍ପୃକ୍ତି ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଗତ ୧୫ ତାରିଖରେ ରାୟଗଡ଼ା ଜିଲ୍ଲାର କୁନ୍ଦୁଲିଠାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିଲା ବେଳେ, ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧା କିଛି ଲୋକଙ୍କ ଦ୍ଵାରା ଜଙ୍ଗଲ ଭିତରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପରିବାର ଲୋକେ ନାବାଳିକାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ଅବସ୍ଥା ଭଲ ଅଛି ।

ପଢନ୍ତୁ, ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ