ଶ୍ରୀଦେବୀଙ୍କ ଶେଷ ଇଛା

ଧଳା ରଙ୍ଗ ଶ୍ରୀଦେବୀଙ୍କ ପ୍ରିୟ ରଙ୍ଗ

ମାତ୍ର ୫୪ ବର୍ଷ ବୟସରେ ବଲିଉଡର ସଦାବହାର ନାୟିକା ଶ୍ରୀଦେବୀ ଚାଲିଗଲେ । ବଲିଉଡର ପ୍ରଥମ ଫିମେଲ ସୁପରଷ୍ଟାର ଏମିତି ଏକ ଇଛା ଥିଲା,ଯାହା ପୂରଣ ହେଉ ବୋଲି ସେ ସବୁ ବେଳେ ଚାହୁଁ ଥିଲେ । ଏ ଇଛା ବିଷୟରେ ସେ କେତେ ଥର ସାକ୍ଷାତକାରରେ ମଧ୍ୟ କହିଥିବାର ଦେଖିବାକୁ ମିଳିଥିଲା ।

ଧଳା ରଙ୍ଗ ଶ୍ରୀଦେବୀଙ୍କ ପ୍ରିୟ ରଙ୍ଗ ଥିଲା । ତେଣୁ ସେ ପ୍ରାୟ ସିନେମାରେ ଧଳା ରଙ୍ଗରେ ପୋଷାକକୁ ଗୁରୁତ୍ଵ ଦେଉଥିଲେ । ସେ ରୋମାଣ୍ଟିକ୍‌ ସିନ ଏବଂ ଗୀତ ଦୃଶ୍ୟରେ ବି ଧଳା ଶାଢ଼ି ବା ସେହି ରଙ୍ଗର ଡ୍ରେସ ପିନ୍ଧୁଥିଲେ । ଏପରିକି ନିଜ ଅନ୍ତିମ ଯାତ୍ରାରେ କେବଳ ଧଳା ରଙ୍ଗର ଫୁଲରେ ତାଙ୍କ ପାର୍ଥିବ ଶରୀର ସଜା ହେବାର ଇଛା ରଖିଥିଲେ ।

ଏଥିପାଇଁ ଡ୍ରେସ୍‌ ଡିଜାଇନର୍‌ ଶ୍ରୀଦେବୀଙ୍କ ପାଇଁ ସ୍ୱତନ୍ତ୍ର ଶୈଳୀର ପୋଷାକ ତିଆରି କରୁଥିଲେ। ଏହାକୁ ତାଙ୍କର ଅନ୍ତିମ ଇଚ୍ଛା ବୋଲି କୁହାଯାଉଛି। ଏବେ ଶ୍ରୀଦେବୀଙ୍କର ପରିବାର ପକ୍ଷରୁ ଧଳା ଗୋଲାପ ଫୁଲ କିଣାଯାଉଛି ଏବଂ ତାଙ୍କର ଶବଧାରରେ ତାହାର ବ୍ୟବହାର କରାଯିବ ବୋଲି ଜଣାଯାଇଛି ।

ତେବେ ବି କିଛିଟା ଅବଶୋଷ ରହିଗଲା ଏହି ବିଦାୟୀ ମହାନାୟିକାଙ୍କର । ସେ ଦେଖି ପାରିଲେନି ଝିଅ ଜାହ୍ନବୀର ଡେବ୍ୟୁ ସିନେମା ‘ଧଡକ’ ।

ପଢନ୍ତୁ ;

ସନ୍ଦେହରେ ଶ୍ରୀଦେବୀଙ୍କ ମୃତୁ : ଦୁର୍ଘଟଣା ନା ଷଡଯନ୍ତ୍ର , ଦୁବାଇ ପୋଲିସ ଷ୍ଟେସନରେ ବୋନି କପୁରଙ୍କୁ ପଚରାଉଚରା

Related posts

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?