ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା କରିଛି । ଯୋଜନା ମୁତାବକ କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ୧୦ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ରାଶି ଯୋଗାଇ ଦିଆଯିବ । ଏହି କ୍ୟାନସର କଭର ପଲିସିର ଲାଭ ୨୦ରୁ ୬୫ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଉଠାଇ ପାରିବେ ।

ଅନିୟମିତ ଜୀବନଶୈଳୀ ପାଇଁ ଭାରତରେ ଅନେକ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କର୍କଟ ରୋଗ ଯେମିତି ଦୁଃସାଧ୍ୟ ଏହାର ଚିକିତ୍ସା ମଧ୍ୟ ସେମିତି ବ୍ୟୟବହୁଳ । ଏଣୁ ଅନେକ ରୋଗୀ ଅର୍ଥାଭାବରୁ ଚିକିତ୍ସା ନପାଇ ମୃତ୍ୟୁ ବରଣ କରୁଛନ୍ତି । ଏଲଆଇସିର ଏହି ପିଲିସି ଅବଧି ମଧ୍ୟରେ ଯେକୌଣସି ପ୍ରକାର କର୍କଟରେ ପୀଡିତ  ହେଲେ, ଚିକିତ୍ସା ପାଇଁ ବୀମାରାଶି ପାଇପାରିବେ ଗ୍ରାହକ । ପ୍ରାଥମିକ ସ୍ତରରେ କିମ୍ବା ରୋଗ ଜଟିଳ ହେବା ପରେ ଜଣାପଡିଲେ ମଧ୍ୟ ବୀମା ରାଶି ପ୍ରଦାନ କରିବ ଏଲଆଇସି ।

ଏଥିପାଇଁ ବାର୍ଷିକ କିମ୍ବା ପ୍ରତି ୬ ମାସରେ ଗ୍ରାହକ ପ୍ରିମିୟମ ଭରିପାରିବେ । ଏଲଆଇସିର କ୍ୟାନସର କଭର ପଲିସିରୁ ଅନେକ ଲୋକ ଲାଭ ପାରିପାରିବେ ।

ପଢନ୍ତୁ, ଡିସେମ୍ବର ୧ରୁ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ମୁକ୍ତାକାଶ ରଙ୍ଗମଞ୍ଚରେ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

Related posts

ଆମାଜନର ନୂଆ ସର୍ଭିସ୍ ! ଏଣିକି ୨ ଘଣ୍ଟା ମଧ୍ୟରେ ପହଂଚି ଯିବ ନିଜ ମନପସନ୍ଦର ସାମଗ୍ରୀ

ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବନ୍ଧୁ ବାଳକୃଷ୍ଣ

ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ