ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ଶୀତ ଋତୁ ଆସିଲାଣି ଏବଂ ଥଣ୍ଡା ଆପଣଙ୍କ ପାଖକୁ ଅତିଥି ହୋଇ ଆସିଲାଣି। କିନ୍ତୁ ଶୀତଦିନେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ଥଣ୍ଡା ପରିବେଶ ଯୋଗୁ ଆମ ତ୍ୱଚାରେ କେତେକ ପରିବରର୍ତନ ଦେଖାଯାଇଥାଏ । ଅଧିକାଂଶ ଲୋକଙ୍କର ସ୍କିନ ଡ୍ରାଏ ହେବା ସହ ଓଠ ଫାଟିବା ଭଳି ସମସ୍ୟା ଦେଖାଦେଇଥାଏ ।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଜାଣିରଖନ୍ତୁ କିଛି ଟିପ୍ସ-

ଗୋଲାପ ପାଖୁଡାକୁ ସଫା ପାଣିରେ ଧୋଇ ତାକୁ କିଛି ସମୟ କ୍ଷୀରରେ ଭିଜାଇ ରଖିଦିଅନ୍ତୁ। ଏହାପରେ ଏହାର ପେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ। ପ୍ରାୟ ୧୫ ମିନିଟ ପରେ ଓଠକୁ ଧୋଇ ଦିଅନ୍ତୁ। ଓଠର ରୁକ୍ଷତା ଦୂର ହୋଇଯିବ ଏବଂ ଓଠ ଗୋଲାପୀ ହୋଇଯିବ। ଆଊ ମଧ୍ୟ ଆଲୋଭେରା ଜେଲକୁ ନେଇ ଓଠରେ ମସାଜ କରନ୍ତୁ। ଏମିତି କରିବା ଦ୍ବାରା ମଧ୍ୟ ଓଠର ସୁଷ୍କତା ଦୂର ହୋଇଯିବ।

ମହୁ, ନଡିଆ ତେଲ,ଅଲିଭ୍ ତେଲ ଲଗାନ୍ତୁ, ଓଠ କୋମଳ ରହିବ । ଚିନି ଓ ମହୁ ଫଣ୍ଟି, ଓଠରେ ଥାପି, କିଛି ସମୟ ପରେ ଉଷୁମ ପାଣିରେ ଧୁଅନ୍ତୁ । ଏହା ଦ୍ୱାରା ମୃତକୋଷ ସହଜରେ ବାହାରିଯାଏ । କଳା ପଡିବା, ଫାଟିବା ସମସ୍ୟା ହୁଏନାହିଁ ।

ଫଟା ଓଠ ପାଇଁ ଲିମ୍ବୁ, ଘିକୁଅାଁରୀ ରସ ଉପକାରୀ । ଏହା ଓଠକୁ ଥଣ୍ଡା ଆର୍ଦ୍ର ରଖେ, ଓଠ ଶୁଖେନାହିଁ, ଫାଟେ ନାହିଁ । ମହୁରେ ଅଧ ଚାମଚ ଜଡ଼ା ତେଲ ଫେଣ୍ଟି ଶୋଇବା ପୂର୍ବରୁ ଓଠରେ ଲଗାନ୍ତୁ, ସୁଫଳ ମିଳିବ ।

ପଢନ୍ତୁ; ନକ୍ସଲ ଆକ୍ରମଣରେ ଓଡ଼ିଆ କ୍ୟାମେରାମ୍ୟାନ୍‌,୨ସୁରକ୍ଷାକର୍ମୀ ସହିଦ

Related posts

ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କର କିପରି କରିବେ ଚିକିତ୍ସା!!

ଖରା ଦିନେ କଞ୍ଚାଲଙ୍କା ଖାଇଲେ ମିଳିଥାଏ ଅନେକ ଫାଇଦା: ଜାଣନ୍ତୁ କ’ଣ କ’ଣ

ବାତ୍ୟା ପୂର୍ବରୁ ଓ ପରେ ଜାଣନ୍ତୁ କଣ କରିବା ଉଚିତ