ଆପଣ ବି ଏହି ରାଶି ଅନ୍ତର୍ଭୁକ୍ତ ଅଟନ୍ତି କି ?ହୋଇପାରନ୍ତି ପ୍ରେମରେ ବିଫଳ

କୁହାଯାଏ ପ୍ରେମ ଅମର  ଅଟେ । ପ୍ରେମ ପବିତ୍ର ଓ ଶାଶ୍ଵତ ଅଟେ । ଯେଉଁଠି ଦୁଇଟି ହୃଦୟ ମିଶିଯାଏ ସେଠାରେ ମନୁଷ୍ୟ ବୟସ , ଧନି ଗରିବ ପାର୍ଥକ୍ୟ ଓ ଯୋଗ୍ୟତା ଦେଖେନାହିଁ । ତେବେ ଆଜିକାଲି ପ୍ରେମର ପରିଭାଷାରେ ପରିବର୍ତ୍ତନ ଘଟିଛି। ଯୁବପିଢି ଗୁଣକୁ ଛାଡି ଚେହେରା ଦେଖି ପ୍ରେମ କରୁଛନ୍ତି। ଅନେକ ଜାଗାରେ ପୁରୁଷର ଭୁଲ ଥାଏ ଓ ଅନେକ କ୍ଷେତ୍ରରେ ନାରୀର ।

ତେବେ କେଉଁ ରାଶିଯୁକ୍ତ ନାରୀ ପ୍ରେମରେ ବିଫଳ ହୁଅନ୍ତି ଆସନ୍ତୁ ଜାଣିବା :-

କୁମ୍ଭ: ଏହି ରାଶିର ଝିଅଙ୍କ ସ୍ୱଭାବ ଭଲ ହୋଇଥାଏ। କିନ୍ତୁ ଏମାନଙ୍କ ସହ କେହି କିଛି ଖରାପ କଲେ, ସମ୍ଭାଳିବା କାଠିକର ପାଠ ହୋଇଯାଇଥାଏ। ଏହି ରାଶିର ଝିଅମାନେ ବହୁତ ଚାଲାକ ହୋଇଥାନ୍ତି। କଥା ଚାତୁରୀରେ ଏମାନେ ଅନ୍ୟଙ୍କୁ ସହଜରେ ନିଜ ଆଡକୁ ଆକର୍ଷିତ କରିପାରନ୍ତି। ହେଲେ ଥରେ ଏମାନଙ୍କ ମୁଣ୍ଡ ବିଗିଡି ଗଲେ, ସମ୍ପର୍କ ଆଗକୁ ବଢାଇବା ଆଉ ସମ୍ଭବ ହୋଇ ନଥାଏ।

ସିଂହ: ଏହି ରାଶିର ଝିଅମାନେ ନିଜ ପ୍ରେମକୁ ପାଇବାକୁ ଯେକୌଣସି ସ୍ତରକୁ ଯାଇପାରନ୍ତି। ପ୍ରେମ ମାମଲାରେ ଏମାନଙ୍କୁ ସାଇକୋ କୁହାଯାଇଥାଏ। ପ୍ରେମିକ ପ୍ରତି କ୍ଷେତ୍ରରେ ସେମାନଙ୍କୁ ଗୁରୁତ୍ୱ ଦିଅନ୍ତୁ ବୋଲି ଚାହିଁଥାନ୍ତି। ଯଦି ସେମାନେ ଭାବନ୍ତି ପ୍ରେମିକ ତାଙ୍କୁ ଗୁରୁତ୍ୱ ଦେଉନାହିଁ ତେବେ ସେ ତାଣ୍ଡବ ସୃଷ୍ଟି କରନ୍ତି। ଯାହା ଶେଷରେ ବ୍ରେକ୍‌ଅପର କାରଣ ପାଲଟିଥାଏ।

ବିଚ୍ଛା: ଏହି ରାଶିର ଯୁବତୀମାନେ ବହୁତ ରାଗି ହୋଇଥାନ୍ତି। ଯେକୌଣସି ସମୟରେ ଏମାନେ ରାଗି ଯାଇଥାନ୍ତି, ଯାହାର ଶିକାର ପ୍ରେମିକମାନେ ହୋଇଥାନ୍ତି। ଏମାନେ ଉଦାସୀନ ସ୍ୱଭାବର ହୋଇଥାନ୍ତି। ପ୍ରେମିକଙ୍କୁ ସେମାନଙ୍କ ସାଙ୍ଗମାନଙ୍କଠାରୁ ଦୂରେଇ ରଖିବାକୁ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି। ଯାହା ଏମାନଙ୍କ ପ୍ରେମ ବିଚ୍ଛେଦର କାରଣ ପାଲଟି ଥାଏ।

ମୀନ: ଏହି ରାଶିର ଝିଅମାନଙ୍କୁ ବୁଝିବା ଭାରି କଷ୍ଟ।। ଥରେ ରାଗି ଗଲେ ନିଜକୁ ବି କ୍ଷତି ପହଞ୍ଚାବାକୁ ପଛାଇ ନଥାନ୍ତି। ରାଗରେ ଏମାନେ ଯାହା ମନକୁ ଆସେ କରି ବସନ୍ତି। ଏପରି ସ୍ଥିତିରେ ଏମାନଙ୍କ ସହ ଅଧିକ ଦିନ ପ୍ରେମ ସମ୍ପର୍କ ରଖିବା ପୁଅମାନଙ୍କ ପକ୍ଷେ ଅସମ୍ଭବ ହୋଇଥାଏ।

ପଢନ୍ତୁ, ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ଜଙ୍କଫୁଡ଼ ଖାଦ୍ୟ ଖାଉଛନ୍ତି କି? ଜାଣନ୍ତୁ ଏହାଦ୍ଵାରା କି କି ଅସୁବିଧା ଉପୁଜେ

ଗଜାବୁଟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାର କିଛି ଉପକାରିତା