କେଉଁ ବ୍ଲଡ ଗୃପର ବ୍ୟକ୍ତିଙ୍କୁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ ଜାଣନ୍ତୁ ?

O ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଖରେ ଏହାର ଆଶଙ୍କା ଖୁବ୍ କମ୍ ଦେଖା ଯାଇଥାଏ

ଯେଉଁ ବ୍ୟକ୍ତିଙ୍କ ବ୍ଲଡ ଗୃପ A, B କିମ୍ବା AB ହୋଇଥାଏ । ସେମାନଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ହାର୍ଟ ଆର୍ଟାକ ହେବାର ଆଶଙ୍କା ଅଧିକ ଥାଏ । କିନ୍ତୁ O ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଖରେ ଏହାର ଆଶଙ୍କା ଖୁବ୍ କମ୍ ଦେଖା ଯାଇଥାଏ ।  ସେଥିପାଇଁ A, B ଏବଂ AB ବ୍ଲଡ ଗୃପର କୌଣସି ବ୍ୟକ୍ତି ଚିନ୍ତାନକରି ସତର୍କତା ଅବଲମ୍ବନ କରିବା ଉଚିତ୍ ।

ଆମେରିକାର ୟୁଟା ଇଂଟରମାଉଂଟେନ ହାର୍ଟ ଇଂଷ୍ଟ୍ୟୁଚୁଟର ବିଶେଷଜ୍ଞ ଜାମିନ ହର୍ନଙ୍କ କହିବାନୁଯାୟୀ, ଯେତେବେଳେ ବାୟୁ ପ୍ରଦୂଷଣ ୨୫ ମାଇକ୍ରୋଗ୍ରାମ/ଘନ ମିଟରରୁ ଅଧିକ ଉପରେ ହୋଇଥାଏ । ସେତେବେଳେ O ବ୍ଲଡ ଗୃପର ବ୍ୟକ୍ତିଙ୍କୁ ଛାଡିଦେଲେ ଅନ୍ୟ ବ୍ଲଡ ଗୃପର ବ୍ୟକ୍ତିଙ୍କ ପାଇଁ ବିପଦ ମାଡି ଆସିଥାଏ ।

ନିକଟରେ ହୋଇଥିବା ଗବେଷଣାରେ,ଗବେଷକମାନେ O ବ୍ଲଡ ଗୃପ ଏବଂ ଅନ୍ୟ ବ୍ଲଡ ଗୃପ ମଧ୍ୟରେ ଆନୁବଂଶିକ ଅନ୍ତରର ପରିକ୍ଷଣ କରିଥିଲେ । ଯେଉଁଥିରେ ସକାରାତ୍ମକ ଏବଂ ନକରାତ୍ମକ A, B ଏବଂ AB ବ୍ଲଡ ଗୃପ ସାମିଲ ଅଛି । ଏଥିରୁ ସ୍ପଷ୍ଟ ଜାଣିବାକୁ ମିଳିଛି ଯେ ଏହି ତିନୋଟି ବ୍ଲଡ ଗୃପକୁ ଛାଡିଦେଲେ O ବ୍ଲଡ ଗୃପରେ ହାର୍ଟ ଆର୍ଟାକ ହେବାର ଆଶଙ୍କା ଖୁବ୍ କମ୍ ।

ପଢନ୍ତୁ ;

ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

Related posts

ଚର୍ମ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣନ୍ତୁ

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ