ମାଳଦ୍ୱୀପ ସଙ୍କଟ : ନୌସେନା ଓ ଆକାଶ ବାହିନୀକୁ ସଜାଗ ରଖିଛି ଭାରତୀୟ ସେନା

ମାଳଦ୍ୱୀପ ଉପରେ ତୀକ୍ଷଣ ନଜର ରଖିଛି ଭାରତ ସରକାର ।

ଏଥିପାଇଁ ନୌସେନା ଓ ଆକାଶ ବାହିନୀକୁ ସଜାଗ ରଖାଯାଇଛି । କୌଣସି ବି ମୁହୂର୍ତ୍ତରେ ସେଠାକୁ ଭାରତୀୟ ସେନାକୁ ପଠାଯାଇପାରେ ବୋଲି ସୂଚନା ମିଳିଛି । ମାଳଦ୍ୱୀପରେ ଫଶି ରହିଥିବା ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏହି ପଦକ୍ଷେପ ନେଇପାରନ୍ତି ବୋଲି କୁହାଯାଉଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅନ୍ୟପଟେ ଆଗୁଆ ଚିହିଁକି ଉଠିଛି ଚୀନ୍ । ମାଲଦୀପର ସରକାର ଓ ବିରୋଧୀ ଦଳ ସେଠି ଦେଖା ଦେଇଥିବା ସମସ୍ୟା ସମାଧାନ କରିବା ପାଇଁ ସକ୍ଷମ ବୋଲି ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପଶ୍ଚିମ ସାଗରରେ ସଦାସର୍ବଦା ଭାରତୀୟ ନୌବାହିନୀର ଦୁଇଟି ଯୁଦ୍ଧ ଜାହାଜ ପଇଁତରା ମାରୁଥାଏ। ଦରକାର ହେଲେ ସେ ଦୁଇଟି ମାଳଦ୍ୱୀପ ଅଭିମୁଖେ ମୁହାଁଇବେ। ପ୍ରତିରକ୍ଷା ସହଯୋଗିତା ହେତୁ କିଛି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ୱୀପରେ ଅଛନ୍ତି। ଆମର ଯୁଦ୍ଧ ଜାହାଜ, ବିମାନ ଏବଂ ହେଲିକାପ୍ଟର୍‌ ସବୁବେଳେ ଇକୋନୋମିକ୍‌ ଜୋନ୍‌ରେ ପାଟ୍ରୋଲ୍‌ କରୁଛନ୍ତି ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

କୋଷ୍ଟାଲ୍‌ ସର୍ଭିଲେନ୍‌ସ୍‌ ରାଡାର୍‌ ସିଷ୍ଟମ୍‌ ସ୍ଥାପନ କରିବା ପାଇଁ ଭାରତ ମଧ୍ୟ ମାଳଦ୍ୱୀପକୁ ସହାୟତା କରୁଛି। କୌଣସି ପରିସ୍ଥିତି ଉପୁଜିଲେ, ଏ ଅଞ୍ଚଳରେ ଥିବା ଅନ୍ୟ ଦେଶମାନଙ୍କୁ ମାନବିକ ସହାୟତା ଏବଂ ଦୁର୍ବିପାକ ସହାୟତା ଯୋଗାଇ ଦେବାକୁ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ସୈନ୍ୟ, ଯୁଦ୍ଧ ଜାହାଜ ଏବଂ ବିମାନ ସବୁବେଳେ ପ୍ରସ୍ତୁତ ହୋଇ ରହିଛି।ସଙ୍କଟ ସମୟରେ ମାଳଦ୍ୱୀପକୁ ସହାୟତା କରିବାକୁ ଭାରତ ନିଜ ତରଫରୁ ସବୁବେଳେ ଚାହିଁଛି। ୧୯୮୮ରେ ‘ଅପରେସନ୍‌ କାକ୍‌ଟସ୍‌’ରେ ରାଜୀବ ଗାନ୍ଧୀ ସରକାର ମାଳଦ୍ୱୀପକୁ ଇଣ୍ଡିଆନ୍‌ ପାରାଟ୍ରୁପର୍ସ ଏବଂ ନାଭାଲ୍‌ ଓ୍ଵାର୍‌ସିପ୍‌ ପଠାଯାଇଥିଲା।

 

ପଢନ୍ତୁ ;

ପାନିଆ,ତଉଲିଆ ଓ ସାବୁନ୍‌ ଦୀର୍ଘ ଦିନ ଧରି ବ୍ୟବହାର କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ !ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ

Related posts

ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କର ପରଲୋକ

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ