ଯୁବପିଢ଼ିଙ୍କୁ ଘାରିଛି ସେଲ୍‌ଫି ନିଶା ! ସେଲ୍‌ଫି ଉଠାଉଥିବା ଯୁବକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌

ସେଲଫି ନିଶା ଆଜିର ଯୁବ ପୀଢିକୁ ଏତେ ଘାରିଛି ଯେ ସେମାନେ ସ୍ଥାନ କାଳ ପାତ୍ର କିଛି ଦେଖୁନାହାନ୍ତି। ସର୍ବଦା ବିପଦଜ୍ଜନକ ସ୍ଥାନରେ ସେଲଫି ନେଇ ନିଜର ଜୀବନକୁ ବିପଦରେ ପକାଉଛନ୍ତି ଏବଂ ଅତି ଶସ୍ତାରେ ନିଜର ମୂଲ୍ୟବାନ  ଜୀବନକୁ ହରାଉଛନ୍ତି। ଏମିତି ଅନେକ ଘଟଣା ଘଟିଛି।  ଏବେ ଏମିତି ଏକ ତାଜା ମାମଲା ହାଇଦ୍ରାବାଦରେ ଘଟିଛି।

ପଛରେ ଦ୍ରୁତଗାମୀ ଟ୍ରେନ୍‌ ଆସୁଥିବାର ଦୃଶ୍ୟଥାଇ ଭିଡିଓ ସେଲ୍‌ଫିଟିଏ ଉଠାଉଥିବା ହାଇଦ୍ରାବାଦର ଜଣେ ବ୍ୟକ୍ତି ମୃତପ୍ରାୟ ଆହତ ହୋଇ ଡାକ୍ତରଖାନାରେ ପଡ଼ିଛନ୍ତି।

ପୁଲିସ କହିବା ଅନୁଯାୟୀ  , ସେ ବ୍ୟକ୍ତିଙ୍କ ନାମ ହେଉଛନ୍ତି ଓ୍ଵାରାଙ୍ଗଲ୍‌ ନିବାସୀ ଶିବ। ଭିଡିଓରେ ଦେଖାଯାଉଛି ସେ ଏକ ଧାରଣା ପାଖରେ ଠିଆ ହୋଇଛନ୍ତି ଯାହା ଉପରେ ଦ୍ରୁତ ବେଗରେ ଟ୍ରେନ୍‌ଟିଏ ମାଡ଼ିଆସୁଛି। ଶେଷରେ ଟ୍ରେନ୍‌ ଶିବଙ୍କୁ ଧକ୍କା ଦେଇ ତଳେ ପକାଇ ଦେବାର ଶବ୍ଦ ଶୁଭିବା ସହ ଲୋକେ ପାଟି କରି ତାଙ୍କ ଆଡ଼କୁ ଧାଇଁ ଯିବାର ଶବ୍ଦ ମଧ୍ୟ ଶୁଭୁଛି।

ହାଇଦ୍ରାବାଦ ଉପକଣ୍ଠରେ ଥିବା ଭାରତ ନଗର ରେଳ ଷ୍ଟେସନ୍‌ରେ ଘଟିଥିଲା ଏହି ଦୁର୍ଘଟଣ । ବୁଧବାର ଦିନ ଭିଡିଓଟି ଗଣମାଧ୍ୟମରେ ପୋଷ୍ଟ୍‍ କରାଯିବା ପରେ ଭାଇରାଲ୍‌ ହୋଇଛି। ଏହାକୁ ବୋକାମିର ଚରମ ସୀମା ବୋଲି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ କହିଛନ୍ତି। ଟ୍ରେନ୍‌ ପାଖେଇ ଆସିବାରୁ କେହି ଜଣେ ସତର୍କ କରାଇ ଦେଉଥିବା କଥା ଭିଡିଓରେ ଶୁଭୁଛି। କିନ୍ତୁ ଶିବ ତାହାକୁ ହେୟଜ୍ଞାନ କରି କହୁଛନ୍ତି ‘ଗୋଟେ ମିନିଟ୍‌’। ତା’ପରେ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଛି।ଶିବଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପଢନ୍ତୁ;

ଜ୍ୟୋତି-ଝିଲିକ୍‌ଙ୍କୁ ଏକାଠି ଦେଖିବାକୁ ପାଇବେ ଆଉ ଏକ ଓଡିଆ ସିନେମାରେ

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ