ଗ୍ରୀସ୍ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ,୭୪ ମୃତ

ଗ୍ରୀସ୍‍ର ରାଜଧାନୀ ଏଥେନ୍ସ ନିକଟସ୍ଥ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭୪ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଥିରେ ଅନ୍ୟ ୧୮୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଧୀରେ ଧୀରେ ଜନବସତି ଆଡକୁ ବ୍ୟାପୁଥିବାରୁ ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ,ରାଜଧାନୀଠାରୁ ୪୦ କିଲୋମିଟର ଦୂର ମାତି ନିକଟସ୍ଥ ଦୁଇଟି ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ କୁହାଯାଇଥିଲା। ମାତ୍ର ବନାଗ୍ନି ଦ୍ରୁତ ବେଗରେ ଚାରିଆଡେ ମାଡିଯିବାରୁ ଲୋକେ ନିଜ ଘରୁ ବାହାରି ପାରି ନ ଥିଲେ। ଅଧିକାଂଶ ଲୋକ ନିଜ ଘରେ ଅଥବା କାର୍‍ରେ ଥିବା ଅବସ୍ଥାରେ ପ୍ରାଣ ହରାଇଛନ୍ତି। ରେଡ୍‍କ୍ରସ୍‍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ୭୪ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ସରକାରୀ ମୁଖପାତ୍ର ଡିମିଟ୍ରିସ ଜନକପୋଲସ୍‍ କହିଛନ୍ତି।

ପଢନ୍ତୁ;ଆଜି ନୀଳାଦ୍ରି ବିଜେ କରିବେ ମହାପ୍ରଭୁ

Related posts

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

ଜାମିନ ଖାରଜ ପରେ ଆତ୍ମସମର୍ପଣ କଲେ ମହିମା ମିଶ୍ର

ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ