ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହାଇଦ୍ରାବାଦର ୨୯ବର୍ଷିୟା ଜନୈକା ମହିଳା ୬୨ବର୍ଷିୟ ଜନୈକ ଓମାନ ନାଗରିକଙ୍କୁ ବିବାହ କରିବା ପରେ ଏବେ ହ୍ୱାଟ୍ସଆପ୍‍ ମାଧ୍ୟମରେ ତଲାକ୍‍ ମେସେଜ ପାଇଛନ୍ତି। ପୀଡ଼ିତା ମେ’ ୨୦୧୭ରେ ଓମାନ ନାଗରିକଙ୍କୁ ବିବାହ କରିବା ପରେ ତାଙ୍କ ସହ ଓମାନ ଯାଇଥିଲେ। ତେବେ ଓମାନ ପହ୍ନାଚିବା ପରେ ବୃଦ୍ଧ ସ୍ୱାମୀଙ୍କ ପ୍ରକୃତିରେ ଦେଖାଦେଇଥିଲା ପରିବର୍ତ୍ତନ।

୨୦୧୭ ମେ’ରେ ବିବାହ ପରେ ଯୁବତୀଙ୍କୁ ସେଠ୍‌ ଓମାନରେ ଏକ ବର୍ଷ ରଖିଥିଲେ। ପରେ ସେମାନଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ତେବେ ଶାରୀରିକ ଅସୁସ୍ଥତା ଯୋଗୁ ତା’ର ମୃତ୍ୟୁ ଘଟିଥିଲା। ଓମାନ ସେଠ୍‌ ଯୁବତୀଙ୍କୁ ୨୦୧୮ ଜୁଲାଇରେ ହାଇଦ୍ରାବାଦ୍‌କୁ ପଠାଇଥିଲେ। ପରେ ସେଠ୍‌ ଜଣକ ହ୍ବାଟସ୍‌ଆପ୍‌ରେ ଯୁବତୀଙ୍କୁ ତିନି ତଲାକ୍‌ ଦେଇଥିଲେ।

ଏହା ପରଠାରୁ ମହିଳାଙ୍କ ଫୋନର କୌଣସି ଉତ୍ତର ଦେଉନାହାନ୍ତି ଓମାନରେ ଥିବା ସ୍ୱାମୀ। ଅସହାୟ ମହିଳା ଜଣକ ଶେଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡିଛନ୍ତି।

ପଢନ୍ତୁ;ଆଜିଠୁ ବର୍ଷା ଆରମ୍ଭ,କାଲିଠୁ ଅବପାତ ରୂପ ନେବ ଲଘୁଚାପ

Related posts

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ଟ୍ରେନ ଏବଂ ରେଳ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା

ବରଗଡ଼ ଧନୁଯାତ୍ରା ଶୁଭସ୍ତମ୍ଭ ସ୍ଥାପିତ