ଆରମ୍ଭ ହୋଇଛି ବୈଦିକ ଗଣିତଶାସ୍ତ୍ର କର୍ମଶାଳା

ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ବୈଦିକ ଗଣିତଶାସ୍ତ୍ର କର୍ମଶାଳା

ଭୁବନେଶ୍ଵର ସ୍ଥିତ ୟୁନିଟ୍ ୮ ବାଳକ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ  ଆରମ୍ଭ ହୋଇଯାଇଛି । ଏକ ଭିନ୍ନ ଧରଣର ବୈଦିକ ଗଣିତଶାସ୍ତ୍ର କର୍ମଶାଳା । ଏହି ଥିରେ ପୁରାତନ ଛାତ୍ର ସଂସଦର ସାଧାରଣ ସମ୍ପାଦକ ଦୟାନିଧି ପ୍ରଧାନ , କ୍ଷିତି ରଞ୍ଜନ ମିଶ୍ର , ଭୁବନ ପଟ୍ଟନାୟକ , ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ । ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି କର୍ମଶାଳାରେ ବହୁ ମାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ପ୍ରଶିକ୍ଷକ ଭାବେ ଅରୁଣାଚଳ ପ୍ରଦେଶର ଆଞ୍ଚଳିକ ଶିକ୍ଷା ଓ ବୈଷୟିକ ପ୍ରତିଷ୍ଠାନର ପ୍ରଫେସର ସରୋଜ କୁମାର ସାହୁ ଯୋଗଦେଇଛନ୍ତି । ଏହାର ଉଦ୍-ଘାଟନ ଉତ୍ସବରେ ଶ୍ରୀ ସାହୁ ପ୍ରାଚୀନ ଗଣିତ ବିଦ୍ୟାର ଉପଦେୟତା ବିଷୟରେ କିଛି ବକ୍ତବ୍ୟ ରଖିଥିଲେ ଏବଂ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳଧିରାଜ ତନୟା ଶତପଥୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ତତ୍ ସଙ୍ଗେ ସଙ୍ଗେ ପୁରାତନ ଛାତ୍ର ସଂସଦର ସଭାପତି ଅମୀୟ ପଣ୍ଡା ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଜୁଲାଇ ୭ ଯାଏଁ ଚାଲିବ । ବରିଷ୍ଠ ଶିକ୍ଷକ ଭାବେ ଅଭିରାମ ଗୌଡ ଏବଂ ଶିଶିର କୁମାର ରାୟ , ଦୀପାଳି ଦାସ ମହାପାତ୍ର ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜେ ନିଜର ମତବ୍ୟକ୍ତ ରଖିଥିଲେ ।

ପଢନ୍ତୁ : ଅପହରଣ ପରେ ବଳାତ୍କାର

Related posts

ନିଆଁ ଲାଗି ୫ଟି ପରିବାରର ୮ବଖରାରୁ ‌ଊର୍ଦ୍ଧ୍ୱ ଘର ପୋଡ଼ି ପାଉଁଶ

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ