ମେ ୭ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ !

ସକାଳ ୯ଟାରୁ ପ୍ରକାଶ ପାଇବ ଫଳାଫଳ, ଦିନ ୧୨ଟାରୁ ୱେବସାଇଟରେ ହେବ ଉପଲବ୍ଧ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମେ’ ୭ ତାରିଖ ସକାଳ ୯ଟା ବେଳେ ପ୍ରକାଶ ପାଇବ । ମଧ୍ୟାହ୍ନରେ ବୋର୍ଡ଼ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ଏନେଇ ବୋର୍ଡ ସଭାପତି ଜାହାନଆରା ବେଗମ ଆଜି ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ବୋର୍ଡ ଦ୍ୱାରା ଦିଆଯାଇଥିବା ୱେବ୍‌ସାଇଟ୍‌ ଲିଙ୍କ୍ www.bseodisha.nic.in  ଏବଂ www.orissaresults.nic.in  ମାଧ୍ୟମରେ ନିଜର ଫଳାଫଳ ଦେଖି ପାରିବେ ବୋଲି ବୋର୍ଡ ସଭାପତି ଜାହାନାରା ବେଗମ୍‌ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ ଛାତ୍ରଛାତ୍ରୀ । OR 10(SPACE) ROLL NO 5676750 କୁ ପଠାଇଲେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ। ସେହିଦିନ ହିଁ ଓଏମଆର୍ ସିଟ୍ ଉପଲବ୍ଧ ହେବ । ପରୀକ୍ଷାମାନେ ଚାହିଁଲେ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି, ତାହା ମଧ୍ୟ ଜାଣିପାରିବେ ।

ପଢନ୍ତୁ ;

ଝିଅ ଅଝଟ ହେବାରୁ ପିଠା ପାତିଆରେ ଚେଙ୍କ ଦେଲେ ପାଳିତା ବାପା

Related posts

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ