ଅଙ୍ଗନୱାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

ଢେଙ୍କାନାଳ ଗଁଦିଆ ଥାନା କାଲୁରିଆ ଗାଁରେ ଜଣେ  ଅଙ୍ଗନୱାଡ଼ିକର୍ମୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଭାଇ ସହ ଯୋରନ୍ଦାରୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅପହରଣ କରି ତାଙ୍କୁ ଏକ ଫାର୍ମ ହାଉସ୍‌କୁ ନେଇ ଯାଇଥିଲେ । ସେଠାରେ ଗଣଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥଲେ। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ,ଗତକାଲି ସନ୍ଧ୍ୟା ପ୍ରାୟ ୫.୩୦ବେଳେ ଯୋରନ୍ଦାରେ ଏକ ବୈଠକ ସାରି ତାଙ୍କ ଭାଇଙ୍କ ସହ ଗାଁକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଯୁବକ ସେମାନଙ୍କୁ ଅଟକାଇ ତାଙ୍କ ଭାଇଙ୍କୁ ମାଡ଼ ମାରି ଅଙ୍ଗନୱାଡ଼ି ଦିଦିଙ୍କୁ ଉଠାଇନେଇଥିଲେ । ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରି ରାସ୍ତାରେ ଫୋପାଡ଼ି ଦେଇ ପଳାଇଥିଲେ । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।

ପଢନ୍ତୁ;ଭାରତ ବନ୍ଦ ସତ୍ତ୍ବେ ବଢିଲା ପେଟ୍ରୋଲ ଓ ଡିଜେଲର ଦର

Related posts

ଭାରତୀୟ ନାଗରିକତ୍ୱ ଛାଡ଼ିଲେ ମେହୁଲ ଚୋକ୍‌ସି

ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ସମୁଦ୍ରରେ ବୁଡ଼ିଗଲେ ୫ ଛାତ୍ର ,୨ ଗୁରୁତର