ମାଲକାନଗିରିର ମାଓ ପ୍ରବଣ ବିଚ୍ଛିନ୍ନାଂଚଳକୁ ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା

ମାଲକାନଗିରିର ବିଚ୍ଛିନ୍ନାଂଚଳଗୁଡିକରେ ଖୁବଶୀଘ୍ର ବ୍ୟାଙ୍କି, ଇଂଟରନେଟ୍ ଓ ମୋବାଇଲ ସେବା ପହଞ୍ଚିବ । ସଚିବାଳୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର ସମୀକ୍ଷା କରିବା ପରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ଜିଲ୍ଲାର ୧୧୧ଟି ପଂଚାୟତରୁ ୯୧ଟିରେ ବ୍ୟାଙ୍କ, ମୋବାଇଲ, ଇଂଟରନେଟ୍ ସେବା ନାହିଁ । ଗୁରୁପ୍ରିୟା ସେତୁ ହେଲେ ବିଚ୍ଛିନ୍ନାଂଚଳରେ ଏସବୁ ସେବା ଯୋଗାଇବା ସହ ମାଓବାଦୀଙ୍କ ଦମନ ଦିଗରେ ମଧ୍ୟ ବିଶେଷ ସଫଳତା ମିଳାବାର ଆଶା ରହିଛି ।

ପୋଲ ପାଇଁ ନିର୍ମାଣ ହେଉଥିବା ମୋଟ ୨୨ଟି ସ୍ପାନରୁ ୧୭ଟିର କାମ ଶେଷ ହୋଇଥିବା ବେଳେ ଆପ୍ରୋଚ ରୋଡର କାମ ମଧ୍ୟ ଶେଷ ହୋଇସାରିଛି । ଫେବୃଆରୀ ସୁଦ୍ଧା ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ।

ପାଢନ୍ତୁ, ଶ୍ରୀମନ୍ଦିର ଆଖପାଖରେ ବାଜିବନି ଡିଜେ ଓ ବ୍ୟାଣ୍ଡ : ପୁରୀ ଜିଲ୍ଲା ପ୍ରାଶସନ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ