ଚାଷୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶବ୍ୟାପୀ କୃଷକଙ୍କ ସହ ଆଲୋଚନା କଲେ ମୋଦି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଧାସଳଖ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ସାରାଦେଶର ଚାଷୀଙ୍କ ସହ ଆଲୋଚନା କରିବେ। ସକାଳ ୦୯.୩୦ ମିନିଟ ସମୟରେ ଏହି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏବଂ ଏହାକୁ ସିଧାସଳଖ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯାଇଛି। ଏହାଛଡା ଡିଡି କିଷାନ ଏବଂ ଆକାଶବାଣୀ ମାଧ୍ୟମରେ ମଧ୍ୟ ଏହି ମତ ବିନିମୟ କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରଣ କରାଯାଇଛି।

ମୋଦି ଚାଷୀମାନଙ୍କଠାରୁ ସେମାନଙ୍କର ମତ, ସମସ୍ୟା ଓ ପ୍ରସ୍ତାବ ସମ୍ପର୍କରେ ଶୁଣୁଛନ୍ତି। ମତ ବିନିମୟ କାଳରେ ଚାଷୀଙ୍କ ଆୟ କିଭଳି ଦୁଇଗୁଣ କରାଯାଇପାରିବ ସେଥିନେଇ ମଧ୍ୟ ପ୍ରତ୍ୟକ୍ଷ ବିଚାର ବିମର୍ଶ ହେବ। ଏଥିଲାଗି କୃଷି ବିଜ୍ଞାନ କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଆଦି ସ୍ଥାନରେ ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରୁଛନ୍ତି। ଏହାଛଡା “ନରେନ୍ଦ୍ର ମୋଦୀ ଆପ୍” ଜରିଆରେ ମଧ୍ୟ ଜନସାଧାରଣ ମତ ବିନିମୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ବୋଲି କୁହାଯାଇଛି।

ପଢନ୍ତୁ; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି

Related posts

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

କଟକ ଏସସିବି ହେମାଟୋଲୋଜି ବିଭାଗରେ ଅଗ୍ନିକାଣ୍ଡ

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ