କଟକ ବାଙ୍କିରେ ଅଘଟଣ : ମାଙ୍କଡ ଉଠାଇ ନେଲା ଶିଶୁ ପୁତ୍ରକୁ

୧୫ ଦିନର ଶିଶୁପୁତ୍ରକୁ ଉଠାଇ ନେଲା ମାଙ୍କଡ

ଆଜି ସକାଳୁ କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଘଟିଛି ଏକ ଅଭବନୀୟ ଘଟଣା ।ମାଆ ପାଖରେ ଶୋଇଥିବା ୧୫ ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଛି । ଏହି ଘଟଣା ଜଣାପଡ଼ିବା ପରେ ଗାଁଟା ସାରା ଲୋକ ଦୀର୍ଘ ୩ ଘଣ୍ଟା ହେଲା ଶିଶୁ ପୁତ୍ରଟିକୁ ଖୋଜୁଥିବା ବେଳେ ଏ ପର୍ଯ୍ୟନ୍ତ ମାଙ୍କଡ଼ କିମ୍ବା ଶିଶୁପୁତ୍ରଟିର କୌଣସି ପତ୍ତା ମିଳି ନାହିଁ ।

ମିଳିଥିବା ସୂଚନା ଅନୁସାରେ ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆ ନାମକ ଜଣେ ଯୁବକଙ୍କ ପତ୍ନୀ ଗତ ୧୫ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଆଜି ସକାଳୁ ଶିଶୁଟିର ମାଆ ବିଛଣାରୁ ଉଠି ଆସିବା ପରେ ଶିଶୁ ପୁତ୍ରଟି ଶୋଇଥିଲା । ତେବେ ଏହି ସମୟରେ ଏକ ମାଙ୍କଡ଼ ଘରେ ପଶି ଶିଶୁ ପୁତ୍ରଟିକୁ ଧରି ନେଇ ପଳାଉଥିବା ଦେଖି ତାର ମାଆ ପାଟି କରିଥିଲେ ।

ସମସ୍ତେ ଉଠି ଦେଖିଲା ବେଳକୁ ସେଠାରୁ ମାଙ୍କଡ଼ କେଉଁଆଡ଼େ ଚମ୍ପଟ ମାରିସାରିଥିଲା । ଶିଶୁଟିର ମାଆଙ୍କ ବ୍ୟତୀତ ଅନ୍ୟ କେହି ଶିଶୁଟିକୁ ମାଙ୍କଡ଼ ନେଇଥିବାର ଦେଖି ନାହାଁନ୍ତି । ତେଣୁ ପାତି ମାଙ୍କଡ଼ କିମ୍ବା ହନୁମାଙ୍କଡ଼ ଶିଶୁଟିକୁ ନେଇଛି ତାହା ଜଣାପଡ଼ି ନାର୍ହିଁ । ତେବେ ଗାଁ ଲୋକେ ଆଖପାଖ ସବୁ ଅଞ୍ଚଳରେ ଶିଶୁପୁତ୍ରକୁ ଅପହରଣ କରି ନେଇଥିବା ମାଙ୍କଡ଼ଟିକୁ ଖୋଜୁଛନ୍ତି ।

ପଢନ୍ତୁ ;

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି

Related posts

ଶିଳ୍ପପତି ମହିମା ମିଶ୍ରଙ୍କ ମିଳିଥିବା ଜାମିନକୁ ଖାରଜ କଲେ ସୁପ୍ରିମକୋର୍ଟ

ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

ସୁଷ୍ଟିହେବ ଦେଶର ତୃତୀୟ ବୃହତ ବ୍ୟାଙ୍କ,କୌଣସି କର୍ମଚାରୀ ଛଟେଇ ହେବେନି: ଜେଟଲୀ