ଆଣ୍ଡାମାନ ଛୁଇଁଲା ମୌସୁମୀ,୨୯ରେ କେରଳ

ଆଣ୍ଡାମାନ ନିକୋବରରେ ମୌସୁମୀ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ସ୍ପର୍ଶ କରିଛି। ଫଳରେ ମେ ୨୯ରେ କେରଳ ଉପକୂଳ ଛୁଇଁବ। ଏନେଇ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ପ୍ରଭାବରେ ଆଜି ସକାଳେ ଦୀପରେ ବର୍ଷା ହୋଇଥିବା ଜଣାପଡିଛି।

ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ବର୍ଷା ହେଉଛି। ୩ ଦିନ ଆଗରୁ ମୌସୁମୀ ଆଣ୍ଡାମାନ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଏ ବର୍ଷ ମୌସୁମୀ ସ୍ୱାଭାବିକ ହେବ। ଆସନ୍ତା ୪୮ ଘଂଟା ମଧ୍ୟରେ କେରଳରେ ପ୍ରାକ ମୌସୁମୀ ବର୍ଷା ହେବାର ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ଜୁନ ୧ରେ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ,ଭାରତୀୟ ପାଣିପାଗ ବିଭାଗର ଅାକଳନ ଅନୁସାରେ ମୌସୁମୀ ମେ ୨୯ରେ କେରଳ ଛୁଇଁବ। କେରଳରେ ୨୯ରେ ମୌସୁମୀ ଆସିଲେ ଜୁନ ୬ ତାରିଖ ବେଳକୁ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି। ଏ ବର୍ଷ ସ୍ୱାଭାବିକ ବର୍ଷା (୯୭%) ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ସ୍ୱାଭାବିକ ମୌସୁମୀ ସରକାରଙ୍କ ଚିନ୍ତାକୁ ଅନେକ ପରିମାଣରେ କମାଇବାର ସମ୍ଭାବନା ରହିଛି, କାରଣ ଏହା ଫଳରେ ଫସଲ ଅମଳ ଠିକ ହେବା ସହ ଅାର୍ଥିକ ପରିଚାଳନା ସୁବିଧାଜନକ ହେବ।

ପଢନ୍ତୁ; ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ