ପାଣିପାଗ ବିଭାଗ ପୂର୍ବାନୁମାନ:ଚଳିତବର୍ଷ ଆଗୁଆ ଆସିପାରେ ମୌସୁମୀ

ଆଗୁଆ ମୌସୁମୀ

ଚଳିତବର୍ଷ ମୌସୁମୀ ଆଗୁଆ ଆସିବା ବୋଲି ଜଣା ପଡିଛି। ସାଧାରଣତଃ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁଥାଏ। ଏବର୍ଷ କିନ୍ତୁ ଚଳିତ ମାସ ଶେଷ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ। ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବର୍ଷ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସ୍କାଏମେଟର ପୂର୍ବାନୁମାନ ମୁତାବକ, ଆସନ୍ତା ୨୦ ତାରିଖ ବେଳକୁ ମୌସୁମୀ ବାୟୁ ଆଣ୍ଡାମାନ ନିକୋବରରେ ପହଞ୍ଚିବ ଏବଂ ୨୪ ତାରିଖରେ ଶୀଲଙ୍କା ଉପକୂଳ ଛୁଇଁବ। ତେବେ ଶ୍ରୀଲଙ୍କା ପହଞ୍ଚିବା ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଦେଇ ୨୮ ତାରିଖ ସୁଦ୍ଧା ଏହା କେରଳରେ ପହଞ୍ଚିବ।

ସୂଚନାଯୋଗ୍ୟ,ରାଜ୍ୟର ୧୭ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଝଡ ତୋଫାନ ଲାଗି ରହିବା ନେଇ ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ଣ ୧ ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି।

ପଢନ୍ତୁ; ଆସନ୍ତୁ ଜାଣିବା କେଉଁ ଅଭ୍ୟାସଗୁଡିକ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇଥାଏ!

Related posts

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼